ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) : ଭଞ୍ଜନଗର ଅଞ୍ଚଳରେ ଘଟିଚାଲିଛି ଗୋଟିଏ ପରେ ଗୋଟିଏ ଯାନ ବାହନ ଦୁର୍ଘଟଣା। ସକାଳ, ସଂଧ୍ୟା,ମଧ୍ୟ ରାତ୍ର କେତେବେଳେ ଦୁର୍ଘଟଣା ଖବର ଆସି ପହଞ୍ଚି ଯାଏ ତାର କୌଣସି ଠିକ୍ ନଥାଏ।
ଭଞ୍ଜନଗର ଚିକିତ୍ସାଳୟ ର କର୍ମକର୍ତ୍ତା ଏବଂ ଡାକ୍ତର ମାନେ ଯେତିକି ତତ୍ପର ରହିଥାନ୍ତି, ଅଞ୍ଚଳ ର ସ୍ବେଚ୍ଛାସେବୀ ଓ ସାମ୍ବାଦିକ ମାନେ ମଧ୍ୟ ସେତିକି ତତ୍ପର ରହିଥାନ୍ତି। ଏଠି ଏକ ମହାନୀୟତା ଦେଖିବାକୁ ମିଳିଛି ଯେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ ଦୁର୍ଘଟଣା ଖବର ପାଇ ସିଧା ଚିକିତ୍ସାଳୟ ରେ ପହଞ୍ଚି ଥିଲେ ଆହତ ବ୍ୟକ୍ତିଙ୍କ ଅବସ୍ଥା ଦେଖି ସହି ନପାରି ବିନା ସଂକୋଚରେ ମୁହଁରେ ଲାଗିଥିବା ରକ୍ତକୁ ତୁଳା ଦ୍ଵାରା ପୋଛି ଦେଉଛନ୍ତି। ବିଧାୟକ ଙ୍କ ଏହି ଉଦାରତା ବ୍ୟବହାର ସମସ୍ତଙ୍କୁ ଚକିତ କରିଦେଇଛି। ବିଧାୟକ ଚିକିତ୍ସାଳୟ ରେ ପହଞ୍ଚିବା ପରେ ସେଠାକାର ପରିସ୍ଥିତି କୁ ଉପଲବ୍ଧ କରିଛନ୍ତି। ଯାହା ଦୀର୍ଘ ଦିନ ହେଲା ଚିକିତ୍ସାଳୟର ଅବସ୍ଥା ଭୁଷୁଡି ପଡିଛି । ଅନେକ ମୂଖ୍ୟ ମୂଖ୍ୟ ବିଭାଗର ଡାକ୍ତର ମାନଙ୍କ ପଦବୀ ଖାଲି ପଡ଼ିଛି ।ନର୍ସ ପଦବିମଧ୍ୟ ଖାଲିପଡ଼ିଛି।କେବଳ ତାଲିମ ପାଉଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାର ସେବା ଚାଲିଛି । ଖାଲି ଚାକ ଚକ୍ୟ ନବ ନିର୍ମିତ କୋଠା, ଦୀର୍ଘ ବର୍ଷ ଧରି ନିଜ ଆସ୍ଥାନ ମାଡି ରହିଥିବା କେତେକ କର୍ମଚାରୀ ଦ୍ଵାରା ଅବ ହେଳିତ ଚିକିତ୍ସା। ଏପରି ସ୍ଥିତିରେ ସମସ୍ତଙ୍କ ବିଶ୍ୱାସ ଅଛି ନବ ନିର୍ବାଚିତ ବିଧାୟକ ନିଶ୍ଚିତ ଭାବେ ଏହାକୁ ସୁଧାରିପାରିବେ।
Sign in
Sign in
Recover your password.
A password will be e-mailed to you.
Next Post