ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ନବ ନିର୍ବାଚିତ ବିଧାୟକ ଭାଦବ ହାଁସଦା ।

0 1

ସାରସକଣାରୁ ଶ୍ରୀ ଦିପୁ ମହାପାତ୍ର ।: ଚଳିତ ନିର୍ବାଚନ ରେ ବିଜୟ ହାସଲ କରିଥିବା ସାରସକଣା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଶ୍ରୀ ଭାଦବ ହାଁସଦା ପ୍ରଥମ କରି ନିର୍ବାଚନ ମଣ୍ଡଳୀର ସାରସକଣା ବ୍ଳକ୍ ରେ ଥିବା ବିଭିନ୍ନ ଗ୍ରାମ ଗୁଡିକରେ ରଜ ପର୍ବ ଉପଲକ୍ଷେ ବିଭିନ୍ନ ସ୍ଥାନରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ। । ସ୍ଥାନୀୟ ରତିଲା ଏବଂ ଏକଡଳୀ ଗ୍ରାମରେ ହେଉଥିବା ମୟୂରଭଞ୍ଜ ପ୍ରସିଦ୍ଧ ଛଉ ନୃତ୍ୟ କାର୍ଯ୍ୟକ୍ରମ ସହିତ ବୀର ଡିହି ଗ୍ରାମରେ ହେଉଥିବା ଫୁଟବଲ୍ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ହାଁସଦା ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିକୁ ଆମ ସରକାର ପ୍ରଥମ ପ୍ରାଥମିକତା ଦେବେ ବୋଲି କହିବା ସହିତ ସମସ୍ତ କଳାକାର ଏବଂ ଫୁଟବଲ୍ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସେଠାରେ ଥିବା ସମସ୍ତ ଲୋକମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳି ଥିଲା । 

Leave A Reply

Your email address will not be published.