ବାସୁଦେବପୁର – ରଜ ପର୍ବ ପାଳନ ବାସୁଦେବପୁର ରେ ବହୁ ସ୍ଥାନ ରେ ପାଳନ ହୋଇ ଯାଇଛି। ବିଭିନ୍ନ ସ୍ଥାନ ରେ ବିଭିନ୍ନ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ଏଗାର ନମ୍ୱର୍ ୱାର୍ଡ ରେ ସ୍ଥାନୀୟ ରଜ ପଦା ଠାରେ ଜୟ ଜଗନ୍ନାଥ କ୍ଳବ୍ ପକ୍ଷ ରୁ ଦୁଇ ଦିନ ଧରି କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଜିଲ୍ଲା ସ୍ତରୀୟ ଏହୀ କବାଡି ପ୍ରତିଯୋଗିତା ରେ ବିଭିନ୍ନ ଜିଲ୍ଲା ର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ। ଶେଷ ତଥା ଅନ୍ତିମ ମ୍ୟାଚ ଟି ବାଲେଶ୍ଵର ଓ ବାରିପଦା ମଧ୍ୟ ରେ ଅନୁଷ୍ଟିତ ହୋଇଥିଲା ବେଳେ ବାରିପଦା ବିଜୟ ଲାଭ କରିଥିଲା। ଅତିଥି ଭାବେ ପ୍ରଥମ ଦିନ ରେ ପୌର ଅଧ୍ୟକ୍ଷା ନିବେଦିତା ବେହେରା, ସମାଜ ସେବୀ ଶୁଭେନ୍ଦୁ ଭୂଷଣ ବେହେରା, ସୁଶାନ୍ତ ସେଠୀ, ଶ୍ୟାମ ସୁନ୍ଦର ମହାନ୍ତି, ଜଗବନ୍ଧୁ ଦାସ ଯୋଗ ଦେଇଥିଲେ। ଅନ୍ତିମ ମ୍ୟାଚ ରେ ନବ ନିର୍ବାଚିତ ବିଧାୟକ ଅଶୋକ କୁମାର ଦାସ, ପ୍ରବୋଧ କୁମାର ଦାସ, ସୁଶାନ୍ତ ମହାକୁଡ, ସୁବ୍ରତ ବେହେରା ଯୋଗ ଦେଇଥିଲେ। ଖେଳ ଟିକୁ ଜୟ ଜଗନ୍ନାଥ କ୍ଳବ୍ ର ସଦସ୍ୟ ଲକ୍ଷ୍ମୀ ଧର ନାୟକ, ଚନ୍ଦ୍ର କାନ୍ତ ଦାସ, ଅଜୟ ନାୟକ,ତାପସ ମହାନ୍ତି, ପ୍ରତାପ ମହାନ୍ତି, ଚନ୍ଦନ ନାୟକ, ସଞ୍ଜୟ ନାୟକ, ବିକାଶ ମହାନ୍ତି, ବବୁଲ ନାୟକ ପ୍ରମୁଖ ଉପସ୍ଥିତ ରହି ସଫଳ କରାଇ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post