ଭାରତରେ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣ ପାଇଁ ଆଇଆଇଟି ଭୁବନେଶ୍ୱର ସହିତ ସହଯୋଗ କରିବ ସିକ୍ସେମପ୍ରାଇଭେଟ ଲିମିଟେଡ୍

0

ଭୁବନେଶ୍ୱର, ୧୫ ଜୁନ୍ ୨୦୨୪: କମ୍ପାଉଣ୍ଡ୍ ସେମିକଣ୍ଡକ୍ଟର କ୍ଷେତ୍ରରେ ଅନୁସନ୍ଧାନରେ ସହଯୋଗ କରିବାକୁ ସିକ୍ସେମ ପ୍ରାଇଭେଟ ଲିମିଟେଡ୍ ଏବଂ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏକ ମେମୋରେଣ୍ଡମ ଅଫ୍ ଆଗ୍ରିମେଣ୍ଟ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମାର ଅଂଶ ଭାବରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରଥମ ପ୍ରକଳ୍ପ ଆଇଆଇଟି ଭୁବନେଶ୍ୱରରେ ସିଲିକନ୍ କାର୍ବାଇଡ୍ (ସିସି) କ୍ରିଷ୍ଟାଲ ଅଭିବୃଦ୍ଧିକୁ ସ୍ୱଦେଶୀ କରିବ।ଆନୁମାନିକ ମୂଲ୍ୟ ୪୫ କୋଟି ଟଙ୍କା ବ୍ୟୟ ଆକଳିତ ଏହି ପ୍ରକଳ୍ପ ୧୫୦ ମିଲିମିଟର ଏବଂ ୨୦୦ ମିଲିମିଟର ସିସି ୱାଫର୍ ର ଉଚ୍ଚ ପରିମାଣର ଉତ୍ପାଦନ ବିଷୟରେ ଅନୁସନ୍ଧାନ କରିବ। ସିକ୍ସେମ ପ୍ରାଇଭେଟ ଲିମିଟେଡ୍ ଓଡିଶାରେ ଏକ ସିସି ପ୍ରୋସେସ୍ ଫ୍ୟାବ୍ରିକେସନ୍ ଏବଂ ଏଟିଏମପି ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯୋଜନା କରିଛି। ଏହା ବୈଦ୍ୟୁତିକ ଯାନ (ଇଭି), ଫାଷ୍ଟ ଚାର୍ଜର, ସବୁଜ ଶକ୍ତି, ପିଭି ଇନଭର୍ଟର, ମୋଟର କଣ୍ଟ୍ରୋଲ ଏବଂ 5G ଯୋଗାଯୋଗ ପରି ଉନ୍ନତ ଜ୍ଞାନକୌଶଳ ପାଇଁ ପାୱାର ସେମିକଣ୍ଡକ୍ଟର ଉପକରଣ ନିର୍ମାଣରେ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ।
ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ତଥା ସେମିକଣ୍ଡକ୍ଟର ଉପକରଣଗୁଡ଼ିକର ବିଶେଷଜ୍ଞ ପ୍ରଫେସର ଶ୍ରୀପଦ୍ କରମଲକର କହିଛନ୍ତି ଯେ ଏହି ସହଯୋଗ ସିସି କ୍ରିଷ୍ଟାଲ ଅଭିବୃଦ୍ଧିରେ ନବସୃଜନ ଏବଂ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବ ଏବଂ ଆଇଆଇଟି ଭୁବନେଶ୍ୱର ପାଇଁ ଏକ ପ୍ରମୁଖ ଶିଳ୍ପ-ଏକାଡେମୀ ଭାଗିଦାରୀକୁ ପ୍ରତିନିଧିତ୍ୱ କରିବ। ଏହି ସହଯୋଗ ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶ ତଥା ଦେଶର ସେମିକଣ୍ଡକ୍ଟର ଶିଳ୍ପର ବିକାଶରେ ଯଥେଷ୍ଟ ସହାୟକ ହେବ, ଯାହା କି ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ, ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପ ଆଦିର ଧ୍ୟେୟ ଉପରେ ହିଁ ଆଧାରିତ।

Leave A Reply

Your email address will not be published.