ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୋରାପୁଟ ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସହିତ ଆଲୋଚନା କଲେ ଜିଲ୍ଲା ପ୍ରଶାସନ

0
  • ସମସ୍ୟାର ସମାଧାନ ହେଲା, କୋରାପୁଟରେ ସ୍ଵାଭାବିକ ହେଲା ବସ ଚଳାଚଳ

  • ସାଧାରଣ ଯାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ, ଜିଲ୍ଲାର ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି ।

ଉଭୟ ସଂଘ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଜିଲ୍ଲାରେ ବସ ଚଳାଚଳରେ ବ୍ୟାଘାତ ଘଟିଥିଲା ଓ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ l ଉଭୟ ସଂଘ ମଧ୍ୟରେ ଆଲୋଚନା ଓ ବୁଝାମଣା ଫଳରେ ଏବେ କୋରାପୁଟ ଜିଲ୍ଲାରେ ବସ ଚଳାଚଳ ସ୍ବାଭାବିକ ହୋଇଛି ।

ସାଧାରଣ ଯାତ୍ରୀଙ୍କ ସ୍ୱାର୍ଥକୁ ସର୍ବଦା ପ୍ରାଧାନ୍ୟ ଦେବାକୁ ପରିବହନ ବିଭାଗ, ଉଭୟ ସଂଘ ଓ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.