ବିପଦକୁ ଆମନ୍ତ୍ରଣ କରୁଛି ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟ : ରାସ୍ତା ଉପରୁ ହଟେଇବାକୁ ଗ୍ରାମବାସୀଙ୍କ ଦାବୀ |

0

ଝରିଗାଁ, ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ତା 13.06.2024-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧାମନାଗୁଡା ପଞ୍ଚାୟତ ଅନ୍ତର୍ଗତ ଅର୍ଚ୍ଚିତଗୁଡା ଗ୍ରାମ ନିକଟରେ ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ ରହିଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଥିବା ଗ୍ରାମବାସୀ କହୁଛନ୍ତି। ଗ୍ରାମବାସୀ ବହୁବାର ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୂଚନା ପ୍ରକାରେ ଧାମନାଗୁଡା ଛକ ଠାରୁ ଝରିଗାଁ ପର୍ଯ୍ୟନ୍ତ PWD ବିଭାଗ ପକ୍ଷରୁ ରାସ୍ତା କାମ ଚାଲିଛି।ଗ୍ରାମବାସୀଙ୍କ କହିବା ପ୍ରକାରେ ରାସ୍ତା ହେବା ପୂର୍ବରୁ ରାସ୍ତା କଡରେ ବିଦ୍ୟୁତ ଖୁଣ୍ଟ ଗୁଡିକ ପୋତା ଯାଇ ବିଦ୍ୟୁତ ସଂଯୋଗ ହୋଇଥିଲା।ତେବେ ରାସ୍ତା ଓସାର ହେବା ପରେ ୭ଟି ବିଦ୍ୟୁତ ଖୁଣ୍ଟ ରାସ୍ତା ଉପରକୁ ଆସିଯାଇଛି।ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଳକର ପ୍ରାୟ ଲୋକ ଓ ମାଲ ପରିବହନ ଗାଡି ଗୁଡିକ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ସବୁ ବେଳେ ଗାଡି ଯାତାୟାତ କରୁଥାଏ।ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ ଥିବା ଯୋଗୁଁ ଗାଡି ଚାଳକ ମାନଙ୍କୁ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି।ଏପରିକି ବିଭିନ୍ନ ସମୟରେ ବିଦ୍ୟୁତ ଖୁଣ୍ଟ ଯୋଗୁଁ ଦୁର୍ଘଟଣା ମଧ୍ୟ ହେଉଥିବା ଅଭିଯୋଗ ହୋଇଛି।ଅର୍ଚ୍ଚିତଗୁଡା ଗ୍ରାମବାସୀ ବିଦ୍ୟୁତ ଖୁଣ୍ଟ ଅନ୍ୟତ୍ର ହଟେଇବା ପାଇଁ ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କୁ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମର ମଦନ ପୂଜାରୀ, ଲୋଚନ ପୂଜାରୀ, ମୋତିରାମ ଭତରା, କପୁର ଭତରା, ଚୟନ ସିଂ ଭତରା, କର୍ଣ୍ଣ ପୂଜାରୀ, ସିଗରାମ ଭତରା, ଦିବାକର ଭତରା, ପବିତ୍ର ମାଳୀ, ମଙ୍ଗଳୁ ଭତରା, ଲବ ପୂଜାରୀ, ଲଇଚନ ଭତରା, ବନୁ ହରିଜନ, ଶୁକମନ ଜାନୀ, ଯଦୁମଣି ଭତରା, ଡମୁଧର ଭତରା ପ୍ରମୁଖ ଦାବି କରିଛନ୍ତି।

Leave A Reply

Your email address will not be published.