ବିକାଶର କରୁଣ କାହାଣୀ, କେବେ ସୁଧୁରିବ ଏ ସ୍ଥିତି କେଜାଣି !

0

ବିଲି ଝରନ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ବିଲି ଝରନ ନାଳର ପାଣି |

ଡାବୁଗାଁ, ନବରଙ୍ଗପୁର ତା 13/06.2024.ଶାସକ ପ୍ରଶାସକ ଅଶୋକ ସାହୁ -ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଂଚଳା ପଂଚାୟତ ଅଧୀନରେ ଥିବା ବନ୍ଦକୋନା ଗ୍ରାମର ୯ପରିବାର ଗ୍ରାମ ଠାରୁ ପ୍ରାୟ ୨କିଲୋମିଟର ଦୂରରେ ଥିବା ବିଲି ଝରନ ନାଳ ନିକଟରେ ଯାଇ ୮ବର୍ଷ ତଳେ ବସତି ସ୍ଥାପନ କରି ସାହିର ନାମ ବିଲି ଝରନ ସାହି ବୋଲି ନାମ ଦେଇଛନ୍ତି |ପ୍ରଶାସନ ଉକ୍ତ ସାହିରେ ରହୁଥିବା ଗରିବ ପରିବାର ମାନଙ୍କୁ ଚି଼ହ୍ନଟ କରି ଗ୍ରାମର ୬ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଲେଖାଏ ଦେଇଛନ୍ତି |ସାହି ଲୋକଙ୍କ ପାଇଁ ଏକ ନଳକୂପ ମଧ୍ୟ ଖନନ କରିଦେବା ସହିତ ବିଜୁଳି ବ୍ୟବସ୍ଥା ପାଇଁ ଖୁଣ୍ଟ ପୋତା ମଧ୍ୟ ସରିଛି |ସାହିଲୋକେ ବିଲି ଝରନ ନାଳକୁ ଲାଗିକି ରହିଥିବା କିଛି ଜଙ୍ଗଲ ମାରି ସେଥିରେ ଧାନ, ମକା, ମାଣ୍ଡିଆ, ବିରୀ ଭଳି ବିଭିନ୍ନ ପ୍ରକାର ଚାଷ କରି ଜୀବିକା ନିର୍ବାହ କରି ଆସୁଛନ୍ତି |

ହେଲେ ଗ୍ରାମରେ ଖୋଲା ହୋଇଥିବା ନଳକୂପରୁ ଲୌହଯୁକ୍ତ ପାଣି ବାହାରୁ ଥିବାରୁ ସାହି ବାସିନ୍ଦା ପୂର୍ବଭଳି ଏବେ ବି ବିଲି ଝରନ ନାଳର ପାଣି ପିଉଥିବା କହିଛନ୍ତି |ଗ୍ରାମବାସୀଙ୍କ କହିବା ପ୍ରକାରେ ନଳକୂପରୁ ଯଥେଷ୍ଟ ପାଣି ବାହାରୁଛି, ହେଲେ ହାଣ୍ଡି କିମ୍ବା ଡେ଼କଚି ରେ ଅଧଘଣ୍ଟା ପାଣି ରହିଲେ ପାଣି ହଳଦିଆ ଦେଖାଯାଉଛି |ତା ସହିତ ପାଣି ପିଇଲେ ଜଡ଼ାତେଲ ଭଳି ଅଠାଲିଆ ଲାଗୁଛି ଓ ଯେତେ ପିଇଲେ ବି ଶୋଷ ମେଣ୍ଟୁନି |ତେଣୁ ଭୟରେ ନଳକୂପ ପାଣି ନପିଇ ଲୁଗାପଟା ସଫା କରିବା, ବାସନକୁସନ ମାଜିବା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଓ ନାଳରେ ଜମି ରହୁଥିବା ପାଣି ହିଁ ରୋଷେଇ କରିବା ଓ ପିଇବା ପାଇଁ ବ୍ୟବହାର କରୁଛନ୍ତି |ସାହିରେ ଆଉ ଗୋଟିଏ ନଳକୂପ ଖନନ ସାଙ୍ଗକୁ ଯଥାଶୀଘ୍ର ବିଦ୍ୟୁତ ସଂଯୋଗ କରିଦେଲେ ସାହିବାସିନ୍ଦା ଉପକୃତ ହୁଅନ୍ତେ ବୋଲି ସାହିର ଘାସିରାମ ଯାନୀ, ବୁଦାଏ ଯାନୀ, ଡମୁ ଯାନୀ, କୁମାରୀ ଯାନୀ, ଧନିଆ ଯାନୀ, ତିଲତମା ଯାନୀ, ଟିମା ଯାନୀ ଶୁକଲଦେଇ ଯାନୀ, କବିର ଯାନୀ ସୁମିତ୍ରା ଯାନୀ ବଳରାମ ଗୌଡ଼, ତୁଳାବତୀ ଗୌଡ଼ ପ୍ରମୁଖ ଦାବୀ କରିଛନ୍ତି |

Leave A Reply

Your email address will not be published.