କନ୍ଧମାଳ ଜିଲ୍ଲାରେ ବିକାଶର ଅସଲ ଚିତ୍ର, ଉଦଘାଟନ ପରେ ମଧ୍ୟ ସରିନି 5ଟି ବିଦ୍ୟାଳୟର ନିର୍ମାଣ କାମ.

0

କନ୍ଧମାଳ(ଗଗନ କୁମାର ପ୍ରଧାନ): ଗ୍ରାମାଞ୍ଚଳ ଠାରୁ ଶହରାଞ୍ଚଳ ସବୁଠି ଶିକ୍ଷାର ବିକାଶ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ କରି ରାଜ୍ୟର ବିଭିନ୍ନ ବିଦ୍ୟାଳୟମାନଙ୍କୁ ତ୍ୱରାନ୍ୱିତ କରାଯାଇ ଫାଇଭ ଟି ଜରିଆରେ ସ୍ମାର୍ଟ ସ୍କୁଲ ନିର୍ମାଣ କରାଯାଇଛି I ଏହି ବିଦ୍ୟାଳୟମାନଙ୍କର ଭିତ୍ତିଭୂମିର ବିକାଶ ସହ ବିଦ୍ୟାଳୟ ମାନଙ୍କରେ ଅତ୍ୟାଧୁନିକ ଯନ୍ତ୍ରପାତି ଉନ୍ନତ ଧାରଣର ପାଠ୍ୟ ଉପକରଣ ସହ ସ୍ମାର୍ଟ କ୍ଲାସ ରୁମ ସାଇନ୍ସ ଲ୍ୟାବ ଭଳି ବିଭିନ୍ନ ବ୍ୟବସ୍ଥା ମଧ୍ୟ୍ୟ କରାଯାଇଛି I ଅନ୍ୟପଟେ ଏହି ବିଦ୍ୟାଳୟ ଗୁଡିକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରନଏସି ମାଧ୍ୟମରେ ଉଦଘାଟନ ମଧ୍ୟ୍ୟ କରିସାରିଛନ୍ତି I ଅନୁରୂପ ଭାବରେ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ ମଧ୍ୟ୍ୟ ଅନେକ ଏମିତି ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରାଯାଇ ସ୍ମାର୍ଟ ସ୍କୁଲ କରାଯାଇଥିବା ବେଳେ ସେମାନଙ୍କ ମାଧ୍ୟ୍ୟରୁ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ବ୍ଲକ କୁହାଯାଉଥିବା ଫିରିଙ୍ଗିଆ ବ୍ଲକରେ ମଧ୍ୟ୍ୟ ଏକାଧିକ ବିଦ୍ୟାଳୟ ରହିଛି I ଯୋଉ ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତରିତ କରାଯାଇଛି I କିନ୍ତୁ ଏହି ଫିରିଙ୍ଗିଆ ବ୍ଲକରେ ତ୍ବରାନ୍ୱିତ କରାଯାଇଥିବା ଅନେକ ବିଦ୍ୟାଳୟ ବିଭାଗୀୟ ଅବହେଳା ସହ ନିମ୍ନ ମାନର କାମ ହୋଇଥିବାରୁ କୋଉ ବିଦ୍ୟାଳୟରେ କାମ ସାରିବାର ବର୍ଷେ ନପୂରୁଣୁ ଛାତରୁ ପାଣି ଗଳୁଛିତ ଆଉ କୋଉ ବିଦ୍ୟାଳୟର କବାଟ ଝରକା ରେ ଉଇ ଲାଗି ଭାଂଗିବାକୁ ବସିଲାଣି I ଆଉ କୋଉ ବିଦ୍ୟାଳୟ ରେ ନିର୍ମାଣ କାମ ଅଧପନ୍ତରିଆ ଭାବରେ ପଡ଼ିରହିଛି I ଏଭଳି ଏକ ବିଦ୍ୟାଳୟ ଦେଖିବାକୁ ମିଳିଛି ଏହି ଫିରିଙ୍ଗିଆ ବ୍ଲକର ଡିଣ୍ଡିରାଗାଁ ପଞ୍ଚାୟତ ଅଧୀନରେ ଥିବା ସରୁକୋଈ ଗାଁ ରେ I ତେବେ ଏହି ସରୁକୋଇ ଗାଁରେ ଥିବା ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତରିତ କରାଯାଇଛି I ପ୍ରଥମତଃ ଏହି ବିଦ୍ୟାଳୟଟି ଚତୃର୍ଥ ପର୍ଯ୍ୟାୟରେ ରୂପାନ୍ତରିତ କରାଯାଇଥିବା ବେଳେ ବିଦ୍ୟାଳୟର ରୂପାନ୍ତରିତ କାର୍ଯ୍ୟ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଗତ ଜାନୁୟାରୀ ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ I ତେବେ ନିର୍ମାଣ ଶେଷ ନହୋଇ ଉଦଘାଟନ କରାଯାଇଥିବାରୁ ସେତେବେଳେ ଗାଁର ଗ୍ରାମବାସୀ ଓ ଅଭିଭାବକ ମାନଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଘୋର ବିରୋଧ କରିଥିଲେ I ଏହାପରେ ଖୋଦ ବ୍ଲକର ସହକାରୀ ଯନ୍ତ୍ରୀ ଜୟ ପ୍ରକାଶ ଜେନା ଓ ବିଡ଼ିଓ ଅନୁପ ଅଭିଷେକ ବେହେରା ଏହି ସ୍କୁଲର ରୂପାନ୍ତରିତ କାମ ନିଜ ଦାୟିତ୍ୱରେ କରିବା ସହ ପନ୍ଦର ଦିନ ମଧ୍ୟ୍ୟରେ କାର୍ଯ୍ୟ ସମ୍ପୂର୍ଣ ହେବ ବୋଲି ପ୍ରତିଶୃତି ଦେଇଥିଲେ I କିନ୍ତୁ ପନ୍ଦର ଦିନ ଜାଗାରେ ଆଜକୁ ଏହି ବିଦ୍ୟାଳୟଟି ଉଦଘାଟନ ହେବାର ଛଅ ମାସ ବିତିଯାଇଥିଲେ ମଧ୍ୟ୍ୟ ବିଦ୍ୟାଳୟ ରୂପାନ୍ତରିତ କାମ ସାରିବାର ନା ଧରୁନି I

ସବୁଠୁ ବଡ଼କଥା ହେଲା ବିଦ୍ୟାଳୟର ଫାଟକ କାମ ଏପର୍ଯ୍ୟନ୍ତ ସରିପାରିନଥିବା ବେଳେ ସାଇକେଲ ଷ୍ଟାଣ୍ଡ ସହ ଆହୁରି ଅନେକ କାମ ଏପର୍ଯ୍ୟନ୍ତ ବାକି ରହିଛି I ଅନ୍ୟପଟେ ଯୋଉଠି ବିଦ୍ୟାଳୟର ମୁଖ୍ୟ ଫାଟକ କାମ ସରିବାରେ ବର୍ଷବର୍ଷ ଲାଗୁଛି ସେହି ସ୍କୁଲର ଭିତର କାମ କେବେ ସରିବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି I ଅନ୍ୟପଟେ ବ୍ଲକ ପ୍ରଶାସନ ତରବରିଆ ଭାବରେ କାମଟିକୁ କରିଥିବାରୁ କାମଟି ଅତି ନିମ୍ନ ମାନର ହୋଇଥିବା ମଧ୍ୟ୍ୟ ଅଭିଯୋଗ ହୋଇଛି I ସେପଟେ ଆସନ୍ତା କିଛିଦିନ ମଧ୍ୟ୍ୟରେ ବିଦ୍ୟଳୟ ଗୁଡିକ ଖୋଲୁଥିବାରୁ ଏହି ବିଦ୍ୟାଳୟରେ ବାକିରହିଥିବା ସମସ୍ତ କାମ ଶୀଘ୍ର ସରିବା ପାଇଁ ସ୍ଥାନୀୟ ସରପଞ୍ଚ ମଧ୍ୟ୍ୟ ବ୍ଲକ ପ୍ରଶାସନକୁ ନିବେଦନ କରିବା ସହ ବିଦ୍ୟଳୟ କାମ ନସରିବା ପଛରେ ସମ୍ପୃକ୍ତ ସହକାରୀ ଯନ୍ତ୍ରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି I ତେବେ ବିଦ୍ୟାଳୟର ଏହି ଦୁରାବସ୍ତା ବିଷୟରେ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନାଙ୍କୁ ପଚାରିବାରୁ ଅଭିଯୋଗକୁ ଅତି ହାଲକା ଭାବରେ ନେଇ ସବୁକାମ ସରିଛି କେବଳ ବିଦ୍ୟାଳୟ ର ଫାଟକ କାମ ଓ ସାଇକେଲ ଷ୍ଟାଣ୍ଡ କାମ ବାକି ଅଛି ବୋଲି କହିବା ସହ କାମ କରିବା ପାଇଁ ଲୋକ ମିଳୁନାହାଁନ୍ତି ବୋଲି କହିଛନ୍ତି I ତେବେ ସମ୍ପୃକ୍ତ ସହକାରୀ ଯନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ନିଶ୍ଚିତ ଭାବରେ ହାସ୍ୟାସ୍ପଦ ମନେ ହେଉଥିବା ବେଳେ ନିର୍ମାଣ କାର୍ଯ୍ୟଟିକୁ ନିଜେ ସହକାରୀ ଯନ୍ତ୍ରୀ ନିଜ ହାତକୁ ନେଇ ପନ୍ଦର ଦିନ ମାଧ୍ୟ୍ୟରେ ହେବ ବୋଲି ପ୍ରତିଶୃତି ଦେଲା ପରେ ଛଅ ମାସ ମଧ୍ୟ୍ୟରେ ବି କାମ ସମ୍ପୂର୍ଣ ନହେବା କଉଠି ନା କଉଠି ସହକାରୀ ଯନ୍ତ୍ରୀଙ୍କ ଅବହେଳା କୁ ଆଙ୍ଗୁଳି ନିର୍ଦେଶ କରୁଛି I ସେପଟେ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ଟି ଅସମ୍ପୂର୍ଣ ହୋଇ ପଡିରହିଥିବାରୁ ସ୍ଥାନୀୟ ଗ୍ରାମବାସୀ, ଅଭିଭାବକ ଓ ବିଦ୍ୟାଳୟ ପରିଚଳନା କମିଟି ର ସଦସ୍ୟ ମାନଙ୍କ ମଧ୍ୟ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଯେତେ ଶୀଘ୍ର ହେବ ଏହି ନିର୍ମାଣ କାର୍ଯ୍ୟ ସରିବା ପାଇଁ ଦାବି କରାଯାଉଛି I ଅନ୍ୟପଟେ ଏହି ଅବହେଳା ପାଇଁ ଦାୟୀ ଥିବା କର୍ମଚାରୀ ମାନଙ୍କ ବିରୁଦ୍ଧରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ସହ ଅଞ୍ଚଳବାସି ଦାବି କରିଛନ୍ତି I

Leave A Reply

Your email address will not be published.