ଓମ୍ ଶାନ୍ତି ନଗର ରାସ୍ତା କେବେ ତିଆରି ହେବ?

0

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନାଙ୍କ ରିପୋର୍ଟ): ବିଜ୍ଞାପିତ ଅଞ୍ଚଳ ପରିଷଦ ର ୱାର୍ଡ ନଂ ୪ ର ଓମ୍ ଶାନ୍ତି ନଗର ଅବସ୍ଥିତ । ଖଲ୍ଲିକୋଟ ଏନ୍ ଏ ସି ର ପ୍ରତ୍ୟେକ ୱାର୍ଡରେ ଫେବର ପକାଇବା ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ସୁବ୍ୟବସ୍ଥା କରିବାର ନଜିର କୁ ଆସୁଥିବା ବେଳେ, ୱାରକ୍ଅଡର ନଥାଇ କାମ ଚାଲିଛି ବୋଲି ଜନଶ୍ରୁତି ରୁ ଜଣାପଡିଛି। କିନ୍ତୁ ଓମ୍ ଶାନ୍ତି ନଗର ର ବାସିନ୍ଦା ମାନେ ବାରମ୍ବାର ରାସ୍ତା ପାଇଁ ଦାବି କରୁଥିଲେ ମଧ୍ୟ ଚେୟାର ମେନ୍ କିମ୍ବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଦୋୖ କର୍ଣ୍ଣପାତ କରୁନଥିବା ପରିଲକ୍ଷିତ ହେଉଛି।
ଏସଂକ୍ରାନ୍ତରେ ନିଜେ ରିପୋର୍ଟ ର ଶିବରାମ ଜେନା କଳିଙ୍ଗ ୨୪ର ଏନ୍ ଏ ସି ଚେୟାର ମେନ୍ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ସାକ୍ଷାତ କରିଥିଲେ , ଏବଂ ରାସ୍ତା ର ଦୁର୍ଦ୍ଦଶା ବିଷୟରେ ଅବଗତ କରାଇଥିଲେ ବୋଲି ପ୍ରକାଶ କରିଛନ୍ତି। ମାତ୍ର ଉଭୟ ଙ୍କର ମତାମତ ସାପ ମରିବ ନାହିଁ କି ବାଡି ଭାଙ୍ଗିବ ନାହିଁ।
ଏମାନେ ଓମ୍ ନଗର ଵାସୀ ଙ୍କୁ ସଜାଇ ଛନ୍ତି କ୍ରିଡନକ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପଚାରିଲେ କହୁଛନ୍ତି, ଚେୟାର ମେନ୍ ତଥା କାଉନ୍ ସିଲର୍ ଙ୍କୁ ପଚାର, ଫଣ୍ଡସ୍ ନାହିଁ ।
ଚେୟାର ମେନ୍ ଙ୍କୁ ପଚାରିଲେ କହୁଛନ୍ତି ଈ.ଓ ଙ୍କୁ ପଚାରନ୍ତୁ । ଯେଁଉ ଠାରେ ରାସ୍ତା ଏନ୍ ଏ ସି କୁ ହସ୍ତାନ୍ତର ହୋଇ ନାହିଁ । ସେଠାରେ ରାସ୍ତା ହୋଇ ଥିବା ବେଳେ ଏବେ ଓମ୍ ଶାନ୍ତି ନଗର ର‌‌‌ ରୋଡ ପାଇଁ ଏନ୍ଏସି କୁ ହସ୍ତାନ୍ତର କରାଯାଇଛି ଆଜକୁ ପ୍ରାୟ ଏକ ବର୍ଷ ରୁ ଅଧିକ ହେବ । ତଥାପି ପ୍ରଶାସକ ନଜର କୁ ଆସୁନି । ତେଣୁ ଉକ୍ତ ରାସ୍ତାର ଅବସ୍ଥା କୁ ତଦନ୍ତ କରି ସମସ୍ୟା ସମାଧାନର ବ୍ୟବସ୍ଥା କରାଯାଉ ବୋଲି ଏଠାକାର ଜନସାଧାରଣ ଦାବି କରିଛନ୍ତି। ଆଗାମୀ ଦିନରେ ଯଦି ରାସ୍ତା ର ଦୁର୍ଦ୍ଦଶା ଦୂର କରିବାକୁ କୋୖଣସି ପଦକ୍ଷେପ ନିଆଯାଇନାହିଁ ତାହା ହେଲେ ଓମ ଶାନ୍ତି ନଗର ଵାସି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜଣାପଡିଛି।

Leave A Reply

Your email address will not be published.