ଜଙ୍ଗଲୀ ହାତୀ ଘର ଭାଙ୍ଗିଲେ,ହାତୀ ଭୟରେ ଭିଟାମାଟି ଛାଡ଼ିଲେ କାଡାମାହା ବାସୀ I

0

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁରୁ୍ମିଙ୍ଗିଆ ଗାଁ କାଡାମାହାରେ ମଙ୍ଗଳବାର ରାତି ଜଙ୍ଗଲୀ ହାତୀଙ୍କ ପୁଣିଥରେ ଘର ଦ୍ୱାର ସହ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି I ପ୍ରାୟ ଏକ ମାସରୁ ଉର୍ଦ୍ଧ ହେବ ସେହି ଜଙ୍ଗଲୀ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି l ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ 8 ଘଣ୍ଟାରୁ ଭୋର 5 ଘଣ୍ଟା ପର୍ଯ୍ୟନ୍ତ 25 ଟିକିଆ ହାତୀପଲ କୁରୁ୍ ମିଙ୍ଗିଆ, ବାରା କାଣ୍ଡି, ସାଲୁଙ୍ଗି, ରେଟୁଡ଼ି, ଗୁଟେଡ଼କୂପା, ଡଗରମୁଣ୍ଡା ଦେଇ କାଡାମାହା ଗ୍ରାମରେ ପହଞ୍ଚି ଘର ଦ୍ୱାର ଭଙ୍ଗା ରୁଜା ସହ ଫସଲ ହାନି କରିଛନ୍ତି I କାଡାମାହାର ମଳିନ୍ଦ୍ର ପ୍ରଧାନ,ଲକ୍ଷ୍ମୀ ପ୍ରଧାନ, ସରିତା ପ୍ରଧାନ, ଜନନୀ ପ୍ରଧାନ, ତାରା ପ୍ରଧାନ, ବିଷ୍ଣୁ ପ୍ରଧାନ, ରାଜେଶ ପ୍ରଧାନ, ରାନୁମା ପ୍ରଧାନ, ଲିଖା ପ୍ରଧାନ, ରାଜନ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ଶୀଧେଶ୍ୱର ପ୍ରଧାନ, ଜିଦାରାଣୀ ପ୍ରଧାନଙ୍କ ଫସଲ ବାଡ ଭିତରେ ପଶି ଚଣା, ଆମ୍ବ, ପଣସ, କଦଳୀ ଖାଇବା ସହ ବ୍ୟାପକ କ୍ଷୟ କ୍ଷତି କରି ଘର ଦ୍ୱାର ଭାଙ୍ଗିଦେଇଛନ୍ତି କାଡାମାହା ବାସୀଙ୍କ କହିବାନୁସାରେ 25 ଟିକିଆଜଙ୍ଗଲୀ ହାତୀ ପଲ ସନ୍ଧ୍ୟା ହେଲେ ଗାଁ ଭିତରେ ପସି ଫସଲ ଖାଇ ଘର ଭାଙ୍ଗିବାର ଦୃଶ୍ୟ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି l କାଡାମାହା ଗ୍ରାମବାସୀ ଭୟରେ ଆଜି ଘର ଦ୍ୱାର ଭିଟାମାଟି ଛାଡି ଅନ୍ୟତ୍ର ଚାଲି ଯାଉଥିବା ଦେଖିବାକୁ ମିଳିଛି I ହାତୀ ଆତଙ୍କ ଦେଖି ଲୋକେ ତାଙ୍କ ପିଲା ଛୁଆ ଙ୍କୁ ଧରି ଗାଁ ଛାଡି ଯାଉଛନ୍ତି I ଯଥା ଶୀଘ୍ର ଜଙ୍ଗଲୀ ହାତୀଙ୍କ ଉପଦ୍ରଵରୁ ରକ୍ଷା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କରିଛନ୍ତି କାଡାମାହା ବାସୀ I

Leave A Reply

Your email address will not be published.