ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ

0

ପୁରୀ (ଅନିମେଶପଟ୍ଟନାୟକ)- ବୁଧବାର ପର୍ବାହ୍ନରେ ଶ୍ରୀମନ୍ଦିରକୁ ଆସି ଶ୍ରୀଜୀଉଙ୍କ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଭାରତର ୯ରାଜ୍ଯର ୯ ଜଣ ମୁଖ୍ଯମନ୍ତ୍ରୀ । ଜଣକ ପରେ ଜଣେ ଆସି ଶ୍ରୀମନ୍ଦିର ରେ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ଏଥିପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଥିଲା । ପୁରୀ ଏସପି ପିନାକ ମିଶ୍ର ଉପସ୍ଥିତ ରହି କେନ୍ଦ୍ର ମନ୍ତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ ସହ ଶାନ୍ତି ଶୃଙ୍ଖଳା ସହ ଭକ୍ତଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିଲେ । ଭୂବନେଶ୍ବର ଜନତା ମଇଦାନରେ ବିଜେପିର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶପଥ ପାଠ ଉତ୍ସବ ପୂର୍ବରୁ ୧୨ ତାରିଖ ମଙ୍ଗଳବାର ପୂର୍ବାହ୍ନରେ ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କ ଦର୍ଶନ କଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ରେଳ, ସୂଚନା ଓ ପ୍ରସାରଣ ଇଲେକ୍ଟ୍ରୋନିକ୍ସ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ପୋଲିସ ପକ୍ଷରୁ କଡା ସୁରକ୍ଷା ମଧ୍ଯରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ଶ୍ରୀଜୀଉଙ୍କ ଦର୍ଶନ ସହ ମା ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରି ବେଢା ପରିକ୍ରମା କରିଥିଲେ । ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ,ଭବାନୀ ପ୍ରସାଦ ଦାସ ମହାପାତ୍ରଙ୍କ ସମେତ ବହୁ ସେବାୟତ ଓ ତାଙ୍କର କୌଳିକ ପଣ୍ଡା ଉପସ୍ଥିତ ଥିଲେ । କେନ୍ଦ୍ର ରେଳ ସୂଚନା ଓ ପ୍ରସାରଣ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସତ୍ଯବାଦୀର ବିଜେପି ବିଧାୟକ ଓମପ୍ରକାଶ ମିଶ୍ର, ଜୟନ୍ତ କୁମାର ଷଡଙ୍ଗୀଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ସ୍ବାଗତ କରିଥିଲେ । ମନ୍ତ୍ରୀଙ୍କୁ ଦେଖିବା ପାଇଁ ବହୁ ଲୋକ ଏକତ୍ରୀତ ହୋଇ ଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.