ଭୁବନେଶ୍ୱର : ଓଡ଼ିଶାରେ ନବଗଠିତ ବିଜେପି ସରକାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପାଇଁ ନିଷ୍ପତି ନିଆଯିବା ସମ୍ପୂର୍ଣ୍ଣ ସ୍ୱାଗତଯୋଗ୍ୟ । ଆଜିର ଏହି ନିଷ୍ପତି ସାଢେ ୪ କୋଟି ଓଡ଼ିଆ ବିଶେଷ ଭାବରେ ଅଗଣିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତମାନଙ୍କୁ ଖୁସି ଦେଇଛି ବୋଲି | ତେଣୁ ମୋଦିଜୀ ଯାହା କୁହନ୍ତି, ତାହା କରନ୍ତି ” ବୋଲି ମତବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ |
ନିଜ X ହାଣ୍ଡଲରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି କି ” ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା ନିଷ୍ପତ୍ତି ସହିତ କ୍ୟାବିନେଟ୍ ବୈଠକରେ ଶ୍ରୀମନ୍ଦିରର ସୁରକ୍ଷା ଓ ପରିଚାଳନା ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡର ବ୍ୟବସ୍ଥା ସହ ସମୃଦ୍ଧ କୃଷକ ନୀତି ଯୋଜନା, ଧାନର ଏମ୍ଏସ୍ପି ୩୧୦୦ ଟଙ୍କା ବୃଦ୍ଧି ନେଇ କମିଟି ଗଠନ ହେବା ସହ ୧୦୦ ଦିନ ଭିତରେ ‘ସୁଭଦ୍ରା ଯୋଜନା’ କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ପ୍ରଶଂସନୀୟ । ଏହା ହେଉଛି ବିଜେପି ଏବଂ ପ୍ରଧାନମନ୍ତ୍ରୀ | ସରକାରଙ୍କ ଲୋକାଭିମୁଖୀ ସରକାରର ପ୍ରତିଫଳନ । ନିଷ୍ପତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ।”
Sign in
Sign in
Recover your password.
A password will be e-mailed to you.
Next Post