ରାସ୍ତା ଓ ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗାଁ କୁସୁମବାହାଳ

0

ସ୍ୱାଧୀନତାର ୭୬ବର୍ଷ ପରେ ବି ପ୍ରଶାସନର ଦୃଷ୍ଟି ପଡିନି |

ଅଙ୍ଗନବାଡି : ୬ମାସ ହେଲା ଦରମା ମିଳିନି,  ୨ମାସରୁ ଉର୍ଦ୍ଧ ହେବ ରୋଷେଇ ବନ୍ଦ

ଝରୀଗାଁ, ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚକଳାପଦର ପଂଚାୟତ ଅଧୀନରେ ଥିବା କୁସୁମବାହାଳ ଗ୍ରାମର ଗ୍ରାମବାସୀ ରାସ୍ତା ବିଜୁଳି ଓ ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହି ବର୍ଷ ବର୍ଷ ଧରି ଅନେକ କ୍ଳେଶ ଭୋଗୀ ଆସୁଛନ୍ତି |ଦୀର୍ଘ ୪୦ବର୍ଷ ତଳେ ଡଙ୍ଗରଲା ଓ ଅନ୍ୟାନ୍ୟ ଅଞ୍ଚଳରୁ ଯାନୀ, ଗୌଡ଼ ଓ ଭତରା ସମ୍ପ୍ରଦାୟର କିଛି ବ୍ୟକ୍ତି ଆସି କୁସୁମବାହାଲ ଗ୍ରାମରେ ବସତି ସ୍ଥାପନ କରିଥିଲେ |ବର୍ତମାନ ଦୁଇଟା ସାହିକୁ ନେଇ ଗାଁଟି ବସିଥିବା ବେଲେ ଦୁଇଟା ସାହିର ଘର ମିଶି ୨୨ଘରରୁ ଉର୍ଦ୍ଧ ଓ ଜନସଂଖ୍ୟା ୧୫୦ରୁ ଉର୍ଦ୍ଧ |ପ୍ରଶାସନ ଦୁଇଟା ସାହି ପାଇଁ ଦୁଇଟା ନଳକୂପ ଯୋଗେଇ ଦେଇଛନ୍ତି |ହେଲେ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ପାଇଁ ଗ୍ରାମଠାରୁ ୩କିଲୋମିଟର ଦୂରରେ ଥିବା ଗାଇବନ୍ଧା କିମ୍ବା ଡକରୀକୋଟ ଗ୍ରାମ ଉପରେ ନିର୍ଭର କରିବାକୁ ପଡୁଛି |ହେଲେ ଅତ୍ୟଧିକ ଦୂରତା ସାଙ୍ଗକୁ ଦୁଇଟା ଗ୍ରାମକୁ ଯିବା ରାସ୍ତାରେ ଦୁଇଟା ବଡ଼ ନାଳ (ଟିପା ନାଳ ଓ ପୁରୁଣା ପାଣି ନାଳ )ପଡୁଥିବା ଯୋଗୁଁ ପିଲାମାନେ ମୌଳିକ ଶିକ୍ଷା ପାଇବାରୁ ବଞ୍ଚିତ ରହୁଛନ୍ତି |ତତ ସହିତ ଗ୍ରାମରେ ଏଯାଏ ବିଜୁଳି ପହଂଚି ନଥିବାରୁ ସନ୍ଧ୍ୟା ନହେଉଣୁ ଗ୍ରାମବାସୀ ତାଟି କବାଟ ବନ୍ଦକରି ଘର ଭିତରେ ରହୁଥିବା ଗ୍ରାମବାସୀ କହିଛନ୍ତି |ଠିକ ସେହିପରି ଗ୍ରାମକୁ ପକ୍କା ରାସ୍ତା ପହଂଚି ପାରି ନଥିବାରୁ ଅନେକ ସମୟରେ ଗୁରୁତର ରୋଗୀ ଓ ଗର୍ଭବତୀ ମହିଳା ମାନଙ୍କୁ ଖଟିଆରେ ବୋହି ନାଳ ପାରି କରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ପହଞ୍ଚାଉଥିବା ଗ୍ରାମବାସି କହିଛନ୍ତି |ଅଞ୍ଚଳରେ ମୋବାଇଲ ନେଟୱାର୍କ ନଥିବାରୁ ଅସୁବିଧା ସମୟରେ ଗ୍ରାମବାସୀ ନିଜ ବନ୍ଧୁ ପରିଜନ ଓ କୌଣସି ସରକାରୀ କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରି ପାରୁନଥିବା କହିଛନ୍ତି |

କୁସୁମବାହାଲ ଗ୍ରାମର ଦୁଇ ସାହିର ଶିଶୁ, ଗର୍ଭବତୀ ଓ ପ୍ରସୂତି ମା ମାନଙ୍କ ସୁବିଧା ପାଇଁ ଗ୍ରାମର ବୁଧବାରୀ ଯାନୀ ନାମକ ଜଣେ ମହିଳାଙ୍କୁ ଶାଗଜବା ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ କୁସୁମବାହାଲ ଗ୍ରାମରେ ରୋଷେଇ କରି ଶିଶୁମାନଙ୍କୁ ଦେବା ଦାୟିତ୍ୱ ଦେଇ ପ୍ରତି ମାସରେ ୧୦୦୦ଟଙ୍କା ଲେଖାଏ ଦେବି ବୋଲି କହିଥିଲେ |ହେଲେ ୬ମାସ ବିତି ଯାଇଥିଲେ ସୁଦ୍ଧା ତାଙ୍କୁ ଦରମା ମିଳିନଥିବା ସେ ଅଭିଯୋଗ କରିଛନ୍ତି ତାଛଡା ୨ମାସରୁ ଉର୍ଦ୍ଧ ହେବ ରୋଷେଇ ବନ୍ଦ ଥିବା ସେ ଓ ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି |ପ୍ରଶାସନ ଉକ୍ତ ଗ୍ରାମର ସମସ୍ୟା ସବୁକୁ ଦୃଷ୍ଟିରେ ରଖି ତୁରନ୍ତ ଏହାର ସମାଧାନ କଲେ ଗ୍ରାମବାସୀ ଉପକୃତ ହୁଅନ୍ତେ ବୋଲି ଗ୍ରାମର ଲାଣ୍ଡୁ ଯାନୀ, ସୁନ୍ଦର ଯାନୀ, ପାଣ୍ଡୁ ଯାନୀ, ବୁଦୁ ଯାନୀ, ମୂଳା ଯାନୀ, ଚଞ୍ଚଲା ଯାନୀ ବାରି ଯାନୀ, କୁଶମତି ଯାନୀ, ଶୁକ ଯାନୀ ରଙ୍ଗେଲି ଯାନୀ, ସନାଇ ମୁଦୁଲି, ଡଙ୍ଗର ଦେଇ ଯାନୀ, ସମାରି ଯାନୀ ଓ ଅନ୍ୟାନ୍ୟ ଗ୍ରାମବାସୀ ଦାବୀ କରିଛନ୍ତି |

Leave A Reply

Your email address will not be published.