ଟାଟାଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଶିଶୁଶ୍ରମିକ ନିରୋଧ ଦିବସ ପାଳିତ

0

ସମାଜକୁ ଶିଶୁଶ୍ରମିକ ମୁକ୍ତ କରିବା ପାଇଁ ଟାଟାଷ୍ଟିଲ ଫାଉଣ୍ଡେସନ ଓ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ

ଜୁନ୍ ୧୨, କଳିଙ୍ଗନଗର: ଟାଟାଷ୍ଟିଲ ଫାଉଣ୍ଡେସନର ରିସ୍ତା ପ୍ରୋଜେକ୍ଟ ପକ୍ଷରୁ ଯାଜପୁର ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ (ଡିସିପିୟୁ), ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ଓ ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଡୁବୁରିସ୍ଥିତ କପିଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ବିଶ୍ୱ ଶିଶୁଶ୍ରମିକ ନିରୋଧ ଦିବସ ପାଳିତ ହୋଇଯାଇଛି ।ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ)ର ସମ୍ପାଦିକାଜ୍ୟୋତିର୍ମୟୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ଗ୍ରାମାଞ୍ଚଳରୁ ଆସିଥିବା ଅଭିଭାବକଏବଂ ‘ସାଥିଆ’, ସମ୍ପ୍ରଦାୟର ସହକର୍ମୀ ଶିକ୍ଷୟିତ୍ରୀଙ୍କ ସମେତ ୧୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କରସ୍ୱାଗତଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।ମୁଖ୍ୟ ଅତିଥି ଜ୍ୟୋତିର୍ମୟୀ ଦାସ ‘ଶିଶୁ ଓ କିଶୋରଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬’ ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ଅବଗତକରାଇବାସହଶିଶୁଶୋଷଣକୁ ନିନ୍ଦାକରିବାସହ ପ୍ରତ୍ୟେକଶିଶୁଙ୍କ ପାଇଁପୋଷଣର ଆବଶ୍ୟକତା ବିଷୟରେ ପରାମର୍ଶ ଦେଇଥିଲେ । ନିଜ ଅଭିଭାଷଣରେ ସେ ଜିଲ୍ଲାର ଦୁର୍ଗମ, ଗ୍ରାମୀଣଏବଂ ଆଦିବାସୀବସତିରୁ ଶିଶୁଶ୍ରମିକ ହ୍ରାସଏବଂ ନିରୋଧ କରିବା ପାଇଁ ଟାଟାଷ୍ଟିଲ ଫାଉଣ୍ଡେସନ ଦ୍ୱାରା କରାଯାଉଥିବା ବିକାଶମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

ଫାଉଣ୍ଡେସନ ଦ୍ୱାରା ପରିଚାଳିତ ‘ଏଜୁକେସନ ସିଗ୍ନେଚର୍ପ୍ରୋଗ୍ରାମ’ ବର୍ତ୍ତମାନ ଓଡ଼ିଶାର ୪ଟି ଜିଲ୍ଲାର ୧୯ଟି ବ୍ଲକରେସକ୍ରିୟରହିଛି ।ଏଠାରେଉଲ୍ଲେଖଯୋଗ୍ୟ ଯେ ଯାଜପୁରଜିଲ୍ଲାର ଦାନଗଦୀ ଓ ସୁକିନ୍ଦାବ୍ଲକ ଶିଶୁଶ୍ରମିକ ମୁକ୍ତଜୋନ୍(ସିଏଲଏଫଜେଡ) ମାନ୍ୟତା ହାସଲ କରିବାରେ ସକ୍ଷମହୋଇଛନ୍ତି ।ଅର୍ଥାତ୍ଏହି ଦୁଇଟିବ୍ଲକର ୬ ରୁ ୧୪ ବର୍ଷ ବୟସର ସମସ୍ତ ପିଲାସ୍କୁଲରେ ନାମ ଲେଖାଇଛନ୍ତି କିମ୍ବା ‘ବ୍ରିଜ୍କୋର୍ସସେଣ୍ଟର’ରେ ପଞ୍ଜୀକୃତ ହୋଇଛନ୍ତି ଏବଂ ଶିଶୁଶ୍ରମିକକାର୍ଯ୍ୟରେ ଅଂଶଗ୍ରହଣ କରିବାରୁ ସଫଳଭାବେ ନିବୃତ୍ତ କରାଯାଇଛି ।ଏହିକାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ୫,୮୮୯ ଜଣ ଶିଶୁଙ୍କୁ ସଫଳତାର ସହ ବିଦ୍ୟାଳୟକୁ ଫେରାଇ ଅଣାଯାଇଛି, ଯାହାକି ଶିଶୁଶ୍ରମିକ ସମସ୍ୟାର ମୁକାବିଲା କରିବା ଦିଗରେ ଟାଟାଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଏବଂସ୍ଥାନୀୟ ପ୍ରଶାସନରମିଳିତ ପ୍ରୟାସର ଏକ ଦୃଢ଼ ପ୍ରମାଣ ।

ଏହି କାର୍ଯ୍ୟକ୍ରମରେ ଜାତୀୟ ଆଇନ ସେବା ପ୍ରାଧିକରଣ (ଏନ୍ଏଏଲଏସଏ) ଯୋଜନା “ଶିଶୁମାନଙ୍କ ପାଇଁଶିଶୁ ଅନୁକୂଳ ଆଇନ ସେବା ଏବଂ ସେମାନଙ୍କ ସୁରକ୍ଷା, ୨୦୧୫” ବିଷୟରେ ମଧ୍ୟ ଆଲୋଚନାକରାଯାଇଥିଲା, ଯାହାର ଉଦେ୍ଧଶ୍ୟ ପିଲାମାନଙ୍କୁ ସୁଲଭ ଆଇନ ସେବା ପ୍ରଦାନ କରିବା । ଆଲୋଚନା ମାଧ୍ୟମରେ ଶିଶୁମାନଙ୍କ ଅଧିକାର ସୁନିଶ୍ଚିତ କରିବା ଏବଂ ସେମାନଙ୍କୁ ଶ୍ରମିକ ଶୋଷଣରୁ ରକ୍ଷାକରିବାରେ ସମାଜ ଏବଂ ସରକାରୀ ସଂସ୍ଥାର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମ ଓଡ଼ିଶାରେ ଶିଶୁଶ୍ରମିକ ନିବାରଣ ଏବଂ ଶିଶୁ ଅଧିକାର ସୁରକ୍ଷା ଦିଗରେ ଟିଏସଏଫର ପ୍ରତିବଦ୍ଧତାକୁ ଦୋହରାଇଛି । ଏହି ଉତ୍ସବରେ ଏକ ସମାଜ ଗଠନରେ ଆଇନଗତ ଢାଞ୍ଚା ଏବଂ ଗୋଷ୍ଠୀ ସଂପୃକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରାଯାଇଥିଲା ।ଏହି ଅବସରରେ ପିଲାମାନଙ୍କ ପାଇଁ ଆଇନ ଗତ ଢାଞ୍ଚା ଏବଂଗୋଷ୍ଠୀ ସମର୍ଥନର ଉପରେଗୁରୁତ୍ୱ ଦିଆଯାଇଥିଲା ।ଯେଉଁଠାରେ ପିଲାମାନେ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ସମୃଦ୍ଧ ହୋଇପାରିବେ ।

 

Leave A Reply

Your email address will not be published.