ନିର୍ବାଚନ କାର୍ଯ୍ୟ ସମୟରେ ମୃତ କର୍ମଚାରୀମାନଙ୍କ ଆଇନ ଅନୁମୋଦିତ ଉତ୍ତରାଧିକାରୀଙ୍କୁ ଅନୁକମ୍ପା ରାଶି ମଞ୍ଜୁରୀ

0

ଭୁବନେଶ୍ୱର:ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ନିର୍ବାଚନ କାର୍ଯ୍ୟରେ ଥିବାବେଳେ ମୃତୁ୍ୟବରଣ କରିଥିବା ଦୁଇଜଣ କର୍ମଚାରୀଙ୍କ ଆଇନ ଅନୁମୋଦିତ ଉତ୍ତରାଧିକାରୀଙ୍କୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶିକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମଞ୍ଜୁରୀ ପ୍ରଦାନ କରିଛନ୍ତିା ଦୁଇ ମୃତ ନିର୍ବାଚନ କର୍ମଚାରୀ ହେଉଛନ୍ତି ସ୍ୱର୍ଗତ ଏସୋ ମାଝୀ (ଗଜପତି) ଓ ସ୍ୱର୍ଗତ ମନୋରଞ୍ଜନ ସାହୁ (ଯାଜପୁର)ା ସେମାନେ ଯଥାକ୍ରମେ ଗଜପତି ଜିଲ୍ଲା ବୁଥ୍ ନମ୍ବର-୨୦୪ ଓ ଯାଜପୁର ଜିଲ୍ଲା ବୁଥ୍ ନମ୍ବର-୧୫୭ରେ ନିର୍ବାଚନ କର୍ମଚାରୀ ଭାବେ କାର୍ଯ୍ୟ ସଂପାଦନ କରିଥିଲୋ ଦୁଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କୁ ଶୀଘ୍ର ବିଧିମତେ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଶ୍ରୀ ଧଳ ଗଜପତି ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା

Leave A Reply

Your email address will not be published.