ବିଶ୍ଵ ପରିବେଶ ଦିବସ ।

0

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନାଞ୍ଚଲ ତରଫରୁ ବିଶ୍ଵ ପରିବେଶ ଦିବସ ଏ ସି ଏଫ୍ ପ୍ରଭାତୀ ସେଠ୍ ଙ୍କ ଅଧ୍ୟକ୍ଷତା ରେ ପାଳନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭବାନିପାଟଣା ବନାଞ୍ଚଳ ଏ ସି ଏଫ ସଂଘମିତ୍ରା ଭୋଇ ଯୋଗଦେଇଥିଲେ।ପ୍ରଥମେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମା ଦୁର୍ଗାଙ୍କୁ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କଲାପରେ ବୈଠକ ଆରମ୍ଭ କରାଯାଇଥିଲା। ବୈଠକ ରେ ମୁଖ୍ୟ ଅତିଥି ଏ ସି ଏଫ ସଂଘମିତ୍ରା ଭୋଇ ଓ କେସିଙ୍ଗା ରେଞ୍ଜ ର ଏ ସି ଏଫ୍ ପ୍ରଭାତୀ ସେଠ୍ ଅଞ୍ଚଳର ପରିବେଶ, ପ୍ରକୃତି ତଥା ଗଛ ଲତା କେମିତି ଲୁପ୍ତ ହୋଇଯାଉଛି ତା ସହିତ ବଣ ର ପଶୁ ପକ୍ଷୀ ଙ୍କୁ କେମିତି ରକ୍ଷା କରାଯାଇ ପାରିବ ସେ ସମନ୍ଧରେ କି ପଦକ୍ଷେପ ନେବା ତାର ରକ୍ଷଣାବେକ୍ଷଣ କରି ସେ ଅଞ୍ଚଳର ପରିବେଶ କୁ ସୁନ୍ଦର ଭାବେ ଗଢି ତୋଳିବାକୁ ତାଙ୍କ ବକ୍ତବ୍ୟ ରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଓ ଜନ ସାଧାରଣଙ୍କୁ ବୁଝାଇଥିଲେ।ପରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ କ୍ୱିଜ ପ୍ରତିଯୋଗିତା ହୋଇଥିଲା।ଏଥିରେ ଠିକ୍ ଉତ୍ତର ଦେଇଥିବା ୧୫ଜଣଙ୍କୁ ସାନ୍ତନା ପୁରସ୍କାର ପ୍ରଦାନ କରାଯାଇଥିଲା।ପୂର୍ବରୁ ୫୦ଜଣଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା ଏଥିରେ ବରିଷ୍ଟ ବିଭାଗରେ ତୁଣ୍ଡଲା ହାଇସ୍କୁଲ ର ଜସ୍ପିନ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିଲେ ,ଦ୍ଵିତୀୟ ସ୍ଥାନରେ ରାକ୍ସି ହାଇ ସ୍କୁଲ ର ଡଲି ରାଣୀ ବିଶ୍ଵାଳ ଓ ରୁପ୍ରାରୋଡ ହାଇ ସ୍କୁଲ ର ମନିଷା ପ୍ରଧାନ ,ସେହିପରି ତୃତୀୟ ସ୍ଥାନରେ ମୂର୍ଶିଂ ହାଇ ସ୍କୁଲ ର ପ୍ରିୟଦର୍ଶିନୀ ବାରିକ ,ପ୍ରତୀକ୍ଷା ବାରିକ ଓ ବାଲ୍ସି ହାଇ ସ୍କୁଲ ର ନାଗେଶ୍ଵର ହରିଜନ ଙ୍କୁ ଉପଢୋକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା।

ସେହିପରି କନିଷ୍ଠ ବିଭାଗରେ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ର ଆଦିତ୍ୟ ବାଗ, ଦ୍ରୋଣାଚାର୍ଯ୍ୟ ସ୍କୁଲ କେସିଙ୍ଗା ର ରତ୍ନଗିରି ମହଲା ,ଦ୍ୱିତୀୟ ସ୍ଥାନ ପାଇଥିବା ବେଳେ ତୃତୀୟ ସ୍ଥାନରେ ଦ୍ରୋଣାଚାର୍ଯ୍ୟ ସ୍କୁଲ କେସିଙ୍ଗା ର ଶ୍ରୀୟନ୍ ବାନାର୍ଜୀ ଓ ରାକ୍ସୀ ହାଇ ସ୍କୁଲ ର ଡୋଲାମଣୀ ଦୀପ ଙ୍କୁ ଉପଢୋକାନ ସହ ମାନପତ୍ର ପ୍ରଦାନ କରାଯାଇଥିଲା। ପରେ କନ୍ତେଶିର ଯୋଜନା ନିକଟରେ ବିଭାଗ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା ଏଥିରେ ନିମ୍ବ , ବର, ନୀଳଗିରି, ପିପଲ୍ ଆଦି ଗଛ ମାନ ରୋପଣ କରାଯାଇଥିଲା।ଏଥିରେ ଫରେଷ୍ଟର ଯସୋବନ୍ତ ନାୟକ , ବିଶିକେଶନ କରୁଆ,ବିଶ୍ୱଜିତ୍ ଠାକୁର ,ଶ୍ରୀମୁଖ ମେହେର ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ଏଥିରେ ମଞ୍ଚ ପରିଚାଳନା କରିଥିଲେ ହେମନ୍ତ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଧିରୋଜ କୁମାର ଦାସ।

Leave A Reply

Your email address will not be published.