“ମାହାଙ୍ଗାର ପ୍ରତ୍ୟେକ ଯୋଗ୍ୟ ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନା କିଭଳି ସଠିକ ଭାବେ ପହଂଚିପାରିବ ତାହା ଆମର କର୍ତ୍ତବ୍ୟ “
(ନିଶ୍ଚିନ୍ତକୋଇଲି – ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଶାରଦା ପ୍ରଧାନ ୭ହଜାର ୪୨୩ଖଣ୍ଡ ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ଅଙ୍କିତ ପ୍ରତାପ ଜେନାଙ୍କୁ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ କଟକ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଉମାକାନ୍ତ ରାଜଙ୍କ ଠାରୁ ବୁଧବାର ଶ୍ରୀ ପ୍ରଧାନ ମାହାଙ୍ଗାର ବିଧାୟକ ଭାବେ ମାନପତ୍ର ଗ୍ରହଣ କରି ମାହାଙ୍ଗା ବାସୀଙ୍କ ସେବା କରିବା ପାଇଁ ବେଶ ଖୁସି ବ୍ୟକ୍ତ କରିଛନ୍ତି । ବିଜେପି ଦଳରୁ ଟିକେଟ୍ ନପାଇବା ପରେ ମାହାଙ୍ଗାବାସୀଙ୍କ ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ମାହାଙ୍ଗା ଭୋଟରମାନେ ସେମାନଙ୍କର କଥାକୁ ରକ୍ଷା କରି ଶାରଦାଙ୍କୁ ମାଠିଆ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ ମଧ୍ୟ କରାଇଥିଲେ । ବିଜୟୀ ହେବା ପରେ ଶ୍ରୀ ପ୍ରଧାନ ଏହି ବିଜୟ ସାଭିମାନୀ ମାହାଙ୍ଗାବାସୀଙ୍କ ଆଶୀର୍ବାଦ ପାଇଁ ସମ୍ଭବ ହୋଇପାରିଛି ଏବଂ ଏଥର ଏକ ବିକଶିତ ମାହାଙ୍ଗା କିଭଳି ଗଠନ କରାଯିବ ସେ ନେଇ ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ପ୍ରଧାନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ଏପରିକି ମାହାଙ୍ଗା ବିଧାୟକ ଭାବେ ମାନକ ପତ୍ର ଗ୍ରହଣ କଲାପରେ ସମସ୍ତ ମାହାଙ୍ଗା ବାସୀ ମୋ ପରିବାର ଏବଂ ମାହାଙ୍ଗାର ପ୍ରତ୍ୟେକ ଯୋଗ୍ୟ ଜନସାଧାରଙ୍କ ନିକଟରେ କିଭଳି ଭାବେ ସରକାରୀ ଯୋଜନା ସଠିକ ଭାବେ ପହଂଚିପାରିବ ତାହା ଆମର କର୍ତ୍ତବ୍ୟ ଏବଂ ପ୍ରଥମ ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ l