ରାୟଗଡା: ସ୍ଥାନୀୟ ସେଣ୍ଟୁରିଆନ ପବ୍ଲିକ ସ୍କୁଲ ପରିସରରେ ସକାଳ ସମୟ ଘ.୮.୩୦ମି ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ତତ୍ବାବଧାନରେ “ବିଶ୍ବ ପରିବେଶ ଦିବସ” ପାଳନ କରିବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନ୍ୟ ମାନଙ୍କ ମଧ୍ୟରେ ପ୍ରଣ୍ଟ ଅଫିସ ରିଟେନର ଶ୍ରୀ କିଶୋର ସାହୁ, ସେଣ୍ଟୁରିଆନ ପବ୍ଲିକ ସ୍କୁଲ ର ଡାଇରେକ୍ଟର ଶ୍ରୀ ରାଜେଶ ପାଢି ଏବଂ ସେଣ୍ଟୁରିଆନ ପବ୍ଲିକ ସ୍କୁଲ ର ଭାଇସ୍ ପ୍ରିନ୍ସିପାଲ, ଛାତ୍ର ଛାତ୍ରୀ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ସ୍ଥାନୀୟ ସେଣ୍ଟୁରିଆନ ପବ୍ଲିକ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯିବା ସହିତ ଏକ ପ୍ରଭାତ ଫେରୀ କାର୍ଯ୍ୟକ୍ରମ କରାଯାଇଥିଲା I ସେହି ସ୍କୁଲ ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା, ଶ୍ରୀ କିଶୋର ସାହୁ ଓ ଡାଇରେକ୍ଟର ଶ୍ରୀ ରାଜେଶ ପାଢି ଏବଂ ସେଣ୍ଟୁରିଆନ ପବ୍ଲିକ ସ୍କୁଲ ର ଭାଇସ୍ ପ୍ରିନ୍ସିପାଲ ଙ୍କ ଉପସ୍ଥିତ ରେ “ବିଶ୍ବ ପରିବେଶ ଦିବସ” ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି I ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥିମାନେ “ଜୀବ ମାନଙ୍କ ପାଇଁ ପରିବେଶର ଆବଶ୍ୟକତା, ଏହାର ବ୍ୟବହାର ଏବଂ ସୁରକ୍ଷା” ଉପରେ ନିଜ ନିଜ ର ଅଭିଭାଷଣ ବ୍ୟକ୍ତ କରିଥିଲେ I ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପିଲା ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇଥିଲା I ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲା ମାନଙ୍କୁ ଟ୍ରଫି ସହିତ ସାଟିଫିକେଟ ବଣ୍ଟନ କରାଯାଇଥିଲା I ସର୍ବୋପରି ଏହି କାର୍ଯ୍ୟକ୍ରମରେ ସେଣ୍ଟୁରିଆନ ପବ୍ଲିକ ସ୍କୁଲ ର ଡାଇରେକ୍ଟର ଓ ଓକିଲ ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I
Sign in
Sign in
Recover your password.
A password will be e-mailed to you.