ପଦ୍ମପୁର :- ସାଧାରଣ ନିର୍ବାଚନ ରେ ଓଡ଼ିଶାରେ ଦେଖିବାକୁ ମିଲିଛି ଅପ୍ରତ୍ୟାଶିତ ଫଳାଫଳ । ସମସ୍ତ ରାଜନୈତିକ ସମାଲୋଚକ ଓ ସମୀକ୍ଷକ ଙ୍କର ଆକଳନ କୁ ଭୁଲ ସାବ୍ୟସ୍ତ କରି ଜନତା ନିଜର ସ୍ୱତନ୍ତ୍ର ମତ ପ୍ରଦାନ କରି ଭାରତୀୟ ଜନତା ପାର୍ଟି କୁ ମେଜିକ ନମ୍ବର ପ୍ରଦାନ କରିବା ସହିତ ଲୋକସଭାରେ ସର୍ବାଧିକ ଆସନ ପ୍ରଦାନ କରିଛନ୍ତି ।
ବରଗଡ଼ ଲୋକସଭା ଆସନ ସହିତ ଏହି ଲୋକସଭା ଅନ୍ତର୍ଗତ ୬ ଗୋଟି ବିଧାନସଭା ଆସନ ଯଥା ବ୍ରଜରାଜନଗର , ଝାରସୁଗୁଡ଼ା , ଅତାବିରା , ବରଗଡ଼ ବିଜେପୁର ଓ ଭଟଲି ଆସନ ବିଜେପି ହାତେଇ ଥିବା ବେଳେ ଏକ ମାତ୍ର ପଦ୍ମପୁର ଆସନ ବିଜୁ ଜନତା ଦଳର ହାତକୁ ଆସିଛି । ବିଜେଡି ଗଡରେ କାହିଁ କାହିଁ ନେତା ଧରାଶାୟୀ ହୋଇଥିବା ବେଳେ ଏକମାତ୍ର ବର୍ଷା ହୋଇଛନ୍ତି ବିଜୟୀ | ପଦ୍ମପୁର ରୁ ବିଜେଡି ପ୍ରାର୍ଥୀ ଶ୍ରୀମତୀ ବର୍ଷା ସିଂ ବରିହା ନିଜର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଶ୍ରୀ ଗୋବର୍ଦ୍ଧନ ଭୁଏ ଙ୍କୁ ୧୦ ହଜାର ୯୯୩ ଖଣ୍ଡ ଭୋଟ ବ୍ୟବଧାନ ରେ ପରାସ୍ତ କରିଛନ୍ତି । ଶେଷ ଫଳାଫଳ ଆସିବା ପରେ ଶ୍ରୀମତୀ ବର୍ଷା ନିଜର ଭାଇ ଶ୍ରୀ ଭୋଜରାଜ ସିଂ ବରିହା ଓ ନିଜର ସମର୍ଥକଙ୍କ ସହିତ , ନିଜର ସ୍ବର୍ଗତ ପିତା ପୂର୍ବତନ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ସମାଧି ପୀଠ କୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସ୍ବର୍ଗତ ଆତ୍ମା ର ଆଶୀର୍ବାଦ ଭିକ୍ଷା କରିଥିଲେ । ପଦ୍ମପୁର ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇ ସେ କହିଥିଲେ ଯେ ମୁଁ ମୋର ଜନ୍ମ ମାଟି ର ସମସ୍ତ ଜନସାଧାରଣ ଙ୍କୁ ପ୍ରଣାମ ଜଣାଇ ଧନ୍ୟବାଦ ଜଣାଉଛି । ମୋର ଉପରେ ଆସ୍ଥା ପ୍ରକଟ କରି ମତେ ଆଶୀର୍ବାଦ କରିଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞତା ଜଣାଉଛି । ଆଗାମୀ ଦିନରେ ପଦ୍ମପୁର ବାସୀ ଙ୍କ ସବୁ ପ୍ରକାର ବିକାଶ ପାଇଁ ମୁଁ ମୋର ଉଦ୍ୟମ ଜାରି ରଖିବି ।
Sign in
Sign in
Recover your password.
A password will be e-mailed to you.