କଟକ ତା ୩/୬ (ଶାସକ ପ୍ରଶାସକ )କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମେଇସା ପୁର ଗ୍ରାମ ପଞ୍ଚାୟତ ର ଦେଓପୁର ଗ୍ରାମ ରେ ନିର୍ବାଚନ ପୂର୍ବ ଦିନ ରାତିରେ ଅର୍ଥାତ୍ ଗତ ୨୪ ତାରିଖ ରାତିରେ ଘଟିଥିବା ସରୋଜ ଭୋଇ ହତ୍ୟାକାଣ୍ଡ କୁ ଦଶ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅପରାଧୀଙ୍କ ପତ୍ତା ନ ମିଳିବା ସ୍ଥାନୀୟ ପୋଲିସ ପ୍ରଶାସନର ଅବହେଳା ଓ କାର୍ଯ୍ୟଶଳି ଉପରେ ଲୋକଙ୍କ ବିଶ୍ୱାସ ତୁଟିବାକୁ ଯାଉଥିବା ବେଳେ, ଆଜି ନିମେଇସା ପୁର ଠାରେ କଟକ ସଦର କଂଗ୍ରେସ କମିଟି ପକ୍ଷରୁ ଏକ ବୈଠକ କରାଯାଇ ଏହାକୁ ଦୃଢ଼ ନିନ୍ଦା କରାଯିବା ସହିତ ଯଦି ପୋଲିସ ବିଭାଗ ଯଥା ଶୀଘ୍ର ଉକ୍ତ ହତ୍ୟାକାଣ୍ଡ ର ରହସ୍ୟ ଉନ୍ମୋଚନ ନ କରେ ତେବେ କଟକ ସଦର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହିତ କନ୍ଦରପୁର ଥାନା ଘେରାଉ କରାଯିବ ବୋଲି କଟକ ସଦର ବ୍ଲକ କଂଗ୍ରେସ କମିଟି ସଭାପତି ରାମଚନ୍ଦ୍ର ଗୋଛୟତ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି। କଟକ ସଦର ବ୍ଲକ କଂଗ୍ରେସ କମିଟି ଉପସଭାପତି ସୀତାକାନ୍ତ ପଣ୍ଡା ଙ୍କ ସଭାପତିତ୍ବରେ ନିମେଇସା ପୁର ଠାରେ ଆୟୋଜିତ ହୋଇଥିବା ସଭାରେ କଟକ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ, ଜିଲ୍ଲା କଂଗ୍ରେସ ସମ୍ପାଦକ ନିହାର ରଞ୍ଜନ ନନ୍ଦ,୫ ନମ୍ବର ଜୋନ କଂଗ୍ରେସ ସଭାପତି ସଞ୍ଜୟ କୁମାର ପରିଡ଼ା, ପଞ୍ଚାୟତ କଂଗ୍ରେସ ସଭାପତି ଦିଲିପ କୁମାର ବାରିକ,ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ଲେଙ୍କା, ମହେଶ୍ୱର ମହନ୍ତ,ଶ୍ରୃତିକାନ୍ତ ମହନ୍ତ,ରସିଦ ମହମ୍ମଦ,ଲିଆକତ ହୁସେନ ଖାନ୍,ରିଆଜ ଖାଁ,ସନାତନ ବେହେରା, କାଳନ୍ଦୀ ସେଠୀ,ବିଜୟ କୁମାର ସେଠୀ, ରାକେଶ ଭୋଇ, ରଞ୍ଜନ ନାୟକ, ଅଭିମନ୍ୟୁ ଭୋଇ,ବାବୁଲି ଭୋଇ ପ୍ରମୁଖ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.