ମାହାଙ୍ଗାରୁ ବିଧାୟକ ଭାବେ ଜିତିଲେ ଶାରଦା ପ୍ରସାଦ ପ୍ରଧାନ: ବୁଲୁଙ୍କ ବିଜୟ ଧ୍ଵନିରେ ସାରା ଅଞ୍ଚଳ ପ୍ରକମ୍ପିତ l

0

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):

କେନ୍ଦ୍ରାପଡ଼ା- ୧୫ ସଂସଦୀୟ କ୍ଷେତ୍ର ଅଧିନସ୍ତ ମାହାଙ୍ଗା -୯୫ ଅସଂରକ୍ଷିତ ବିଧାନସଭା କ୍ଷେତ୍ରରୁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ଅଙ୍କିତ ପ୍ରତାପ ଜେନାଙ୍କୁ 7 ହଜାର 423 ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟଶ୍ରୀ ପ୍ରାପ୍ତ ହୋଇଛନ୍ତି । ବିଜୟଶ୍ରୀ ହେବା ପରେ ବିଧାୟକ ଶାରଦାଙ୍କ ସମର୍ଥକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ରାଜ୍ୟରେ ୧୪୭ ବିଧାନସଭା କ୍ଷେତ୍ର ମଧ୍ୟରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ୟତମ I ମାହାଙ୍ଗା ବିଧାନସଭା କ୍ଷେତ୍ରରୁ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଜେନାଙ୍କ ପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କୁ ବିଜୁ ଜନତା ଦଳ ମାହାଙ୍ଗାରେ ବିଧାୟକ ପ୍ରାର୍ଥୀ କରିଥିଲା । ଅଙ୍କିତଙ୍କ ବିଜୟ ପାଇଁ ବିଧାୟକ ପ୍ରତାପ ଜେନାଙ୍କ ସମେତ ବିଜେଡ଼ି କର୍ମୀମାନେ ଯୋରଦାର ପ୍ରଚାର ପ୍ରସାର କରିଥିଲେ । ସବୁପରେ ବି ମାହାଙ୍ଗା ମାଟିର ସାଭିମାନକୁ ବଞ୍ଚାଇ ରଖିବା ପାଇଁ ମାହାଙ୍ଗାରେ ପରିବାରବାଦ ଶାସନ ବିରୁଦ୍ଧରେ ଲଢେଇ କରୁଥିବା ମାହାଙ୍ଗା ମାଟିର ଲଢୁଆ ପୁଅ ସାଧୀନ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନ(ବୁଲୁ) ଙ୍କୁ ମାହାଙ୍ଗାବାସୀ ସ୍ନେହ, ଶ୍ରଦ୍ଧା, ଆର୍ଶିବାଦ ପ୍ରଦାନ କରି ବିପୁଳ ଭୋଟ ବ୍ୟବଧାନରେ ବିଜୟ କରିଛନ୍ତି । ଫଳାଫଳ ଘୋଷଣା ପରେ ଏ ବିଜୟ ସାଭିମାନୀ ମାହାଙ୍ଗାବାସୀଙ୍କ ବିଜୟ, ମାହାଙ୍ଗାବାସୀଙ୍କ ସେବା କରିବାକୁ ମାହାଙ୍ଗା ଜନସାଧାରଣ ମୋତେ ସୁଯୋଗ ଦେଇଥିବାରୁ ସେମାନଙ୍କୁ ମୋର କୋଟି କୋଟି ପ୍ରଣାମ, ମୁଁ ଆପଣଙ୍କ ନେତା ନୁହେଁ କି ପ୍ରତିନିଧି ନୁହେଁ ମୁଁ ଆପଣମାନଙ୍କ ସେବକ ବୋଲି ଶାରଦା ପ୍ରଧାନ(ବୁଲୁ) ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଫଳାଫଳ ପ୍ରକାଶ ପାଇବା ପରେ ବିଧାୟକ ଶାରଦାଙ୍କ ସମର୍ଥକମାନେ ଆନନ୍ଦ ଉଲ୍ଲାସର ସହିତ ମହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦେବାଦେବୀ ମନ୍ଦିର, ବଜାର ଓ ଗାଁ ଛକ ମାନଙ୍କରେ ଆତସବାଜି ଫୁଟାଇ ବିଜୟ ଉତ୍ସବ ପାଳନ କରିଛନ୍ତି l

Leave A Reply

Your email address will not be published.