ଭୁବନେଶ୍ୱର, ୦୩/୦୬: ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ । ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା । କେବଳ ଖାଦ୍ୟ ସୁସ୍ୱାଦ ହେବା ଜରୁରୀ ନୁହେଁ ସେତିକି ଶରୀର ପାଇଁ ସ୍ୱାସ୍ଥ୍ୟକର ହେବା ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ସୋମବାର ମହିଳାମାନଙ୍କ ନିମନ୍ତେ ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛପନ ଭୋଗର ପ୍ରତିଷ୍ଠାତା ଶ୍ରୀ ସତ୍ୟବତ୍ର ମହାନ୍ତି କହିଛନ୍ତି ।
କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ଅବସରରେ ଦୁଇ ସପ୍ତାହବ୍ୟାପୀ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହିଳାମାନେ କିଭଳି ରୁଚିକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିପାରିବେ ଓ ଠିକ୍ ଭାବେ ପରଷି ପାରିବେ ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି । ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବା ସହିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।
ଆମ ଖାଦ୍ୟ ଯେତିକି ପୁଷ୍ଟିକର ହେବ ତାହା ଆଗାମୀ ପିଢିମାନଙ୍କୁ ବଂଚେଇ ପାରିବ । ଅନେକ ମହିଳା ଘରେ କ୍ଲାଉଡ କିଚେନ୍ ଆରମ୍ଭ କରିଥିବା ପ୍ରକାଶ କହିଥିଲେ । ତେଣୁ ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବ ବୋଲି ଶ୍ରୀ ମହାନ୍ତି ଏହି ଅବସରରେ କହିଛନ୍ତି ।
ଏସ୍ଏଚ୍ଏମ୍ର ପ୍ରଫେସର (ଡକ୍ଟର) ଅଂଶୁମାନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁସ୍ୱାଦୁକର ଭାରତୀୟ ବ୍ୟଞ୍ଜନ, ପୁଷ୍ଟିକର କନ୍ଟିନେଂଟାଲ୍ ବ୍ୟଞ୍ଜନ ଓ ବିଭିନ୍ନ ପ୍ରକାରର ମକ୍ଟେଲ୍ ପ୍ରସ୍ତୁତିର ପ୍ରଶିକ୍ଷଣ ଦିଆଯିବ । ପ୍ରତ୍ୟେକ ଦିନ ୨ଟାରୁ ୫ ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ ।
Sign in
Sign in
Recover your password.
A password will be e-mailed to you.