ଓଡିଶାରେ ଜନସମ୍ପର୍କ ଉପରେ ଗବେଷଣା ପାଇଁ ସଂଜୟ ସାହୁଙ୍କୁ ପିଏଚଡି ଡିଗ୍ରୀ

0

ଭୁବନେଶ୍ୱର: ଓଡିଶାର ଜନସମ୍ପର୍କ ଉପରେ ଗବେଷଣା ନିମନ୍ତେ ସଂଜୟ କୁମାର ସାହୁଙ୍କୁ ଆମିଟି ବିଶ୍ବବିଦ୍ୟାଳୟ ଛତିଶଗଡ ଦ୍ବାରା ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି । ଆମିଟି ୟୁନିଭର୍ସିଟି ଛତିଶଗଡ ସ୍ଥିତ ଆମିଟି ସ୍କୁଲ୍ ଅଫ୍ କମ୍ୟୁନିକେସନ୍ ର ମୁଖ୍ୟ ଡକ୍ଟର କେ. ଏନ. କିଶୋର ଏବଂ ଆସାମ ରୟାଲ ଗ୍ଲୋବାଲ ବିଶ୍ବବିଦ୍ୟାଳୟର ପ୍ରଫେସର (ଡ.) ସୁରେଶ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ସେ ଗବେଷଣା କରୁଥିଲେ । ଅହି ସଫଳତା ସହିତ ସେ ଆମିଟି ବିଶ୍ୱବିଦ୍ୟାଳୟ ଛତିଶଗଡ଼ରୁ ପିଏଚଡି ଡିଗ୍ରୀ ହାସଲ କରିବାରେ ପ୍ରଥମ ଛାତ୍ର ହେବାର ଗୌରବ ଅର୍ଜନ କରିଛନ୍ତି ।
କେନ୍ଦ୍ରାପଡା ଜିଲ୍ଲାର ଇନ୍ଦୁପୁର ଗ୍ରାମର ବାସିନ୍ଦା ସଞ୍ଜୟ ସାହୁ ଗତ ଦୁଇ ଦଶନ୍ଧି ଧରି ଜନସମ୍ପର୍କ ଏବଂ ଯୋଗାଯୋଗ କ୍ଷେତ୍ରରେ କାର୍ଯ୍ୟରତ । ଓଡିଶାର ବିଭିନ୍ନ ସଂଗଠନ ପାଇଁ ଯୋଗାଯୋଗ ଏବଂ ଗଣମାଧ୍ୟମ ସମ୍ପର୍କ ପରିଚାଳନା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସାମ୍ବାଦିକତା ତଥା ଗଣ ଯୋଗାଯୋଗ କ୍ଷେତ୍ରରେ ଖ୍ୟାତିସମ୍ପନ୍ନ ପତ୍ରିକାଗୁଡ଼ିକରେ ତାଙ୍କ ଦ୍ବାରା ଲିଖିତ ବିଭିନ୍ନ ଗବେଷଣାତ୍ମକ ପ୍ରବନ୍ଧ ଗୁଡିକ ମଧ୍ୟ ପ୍ରକାଶ ପାଇଛି । ବର୍ତ୍ତମାନ ସେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରରେ ଡିଜିଏଏମ୍ (କର୍ପୋରେଟ୍ ଯୋଗାଯୋଗ) ଭାବରେ କାର୍ଯ୍ୟ କରୁଛନ୍ତି । ଓଡିଶାରେ ଜନସମ୍ପର୍କ ଏବଂ ଯୋଗାଯୋଗ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଅନେକ ସଂଗଠନ ପକ୍ଷରୁ ସମ୍ମାନୀତ କରାଯାଇଛି ।

Leave A Reply

Your email address will not be published.