ଠାକୁରାଣୀ ପର୍ବ ପାଇଁ ଉତ୍ସବମୁଖର ପ୍ରଧାନୀ ଗୁଡ଼ା ଗ୍ରାମ

0

ଗୁଣପୁରରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ପ୍ରଧାନୀ ଗୁଡ଼ା ଗ୍ରାମ ଏବେ ବେଶ୍ ଚଳଚଞ୍ଚଳ ରହିଛି ଗ୍ରାମ କୁ ଆସିଛନ୍ତି ମା’ ଦୀର୍ଘ ବର୍ଷର ମାନସିକ ରଖିଥିଲେ ଭାଷା ଶତପଥି ନିଜ ବାସ ଭବନ କୁ ମା’ ଙ୍କୁ ପାଛଟି ଆଣିବା ସହ ଗ୍ରାମ ବାସୀଙ୍କ ସହଯୋଗରେ ପାଞ୍ଚ ଦିନ ଧରି ଚାଲିବ ପୂଜାର୍ଚ୍ଚନା । ମା ଙ୍କୁ ଲାଗିହେବ ଧୂପ,ଦୀପ, ଭୋଗ ପିଠା ପଣା ଓ ବାଜା ବାଜିଣା । ଏହା ସହ ବିଭିନ୍ନ ବେଶ ଭୂଷା ରେ ଚାଲିଛି ପୌରାଣିକ ନାଚ ଗୀତ । ପର୍ବ ପର୍ବାଣୀରେ ସାଇତି ରହିଛି ପୁରୁଣା ସଭ୍ୟତାର କଳା କଳାକୃତି। ବେଶ ଭୂଷା ନାଚ ଗୀତ ଦେଖି ବେଶ୍ ଖୁସି ଅନୁଭଵ କରୁଛନ୍ତି ଗ୍ରାମ ବାସୀ , ବନ୍ଧୁ ବର୍ଗ , ସାଙ୍ଗ ସାଥୀ ଓ ପରିବାର। ନିତ୍ୟ ଦୁଇଓଳି ଲୋକଙ୍କ ପାଇଁ ଅର୍ଣ ପ୍ରସାଦ ର ବ୍ୟବସ୍ଥା ରହିଛି। ସାନ୍ଧ୍ୟ ରେ ମା ଙ୍କ ଘଟ ବା ହାଣ୍ଡି ବୁଲାରେ ବେଶ୍ ଭିଡ ଦେଖିବାକୁ ମିଳୁଛି।

 

Leave A Reply

Your email address will not be published.