ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ l

0

ରାୟଗଡ/ସରୋଜ କୁମାର ସାହୁ- ରାୟଗଡ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ଓ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତ ରାଜ୍ୟରେ ଦେଖାଯାଉଥିବାରୁ ଏହାର ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ମାସରେ ପ୍ରଥମାର୍ଦ୍ଧରୁ ହିଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ତୀବ୍ର ରୂପ ନେଉଥିବାରୁ ଦେଖାଯାଉଛି । ଅଂଶୁଘାତ ଯୋଗୁଁ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଲାଗିଛି । ତେଣୁ ଜିଲ୍ଲାରେ ସମସ୍ତ ଗ୍ରାମାଞ୍ଚଳ ଓ଼ ସହରାଞ୍ଚଳରେ ବ୍ୟାପକ ଜଣସଚେତନତା ପାଇଁ ସମସ୍ତ ବିଡ଼ିଓ, ପୌର ନିର୍ବାହୀ ଅଧିକାରୀ, ଜିଲ୍ଲା ସୂଚନା ଓ଼ ଲୋକସମ୍ପର୍କ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି l ଏହା ସହିତ ଅଧିକ ପାନୀୟ ଜଳ ସେବlକେନ୍ଦ୍ର ଖୋଲିବା, ଜଳକ୍ଲୀଷ୍ଟ ଦୂର କରିବା ନିମନ୍ତେ ପଦ୍ଧକ୍ଷେପ ନେବାକୁ କହିଛନ୍ତି l ଜନସ୍ୱାସ୍ଥ୍ୟ ଓ଼ ଗ୍ରାମୀୟ ଜଳ ଯୋଗାଣ ସଂସ୍ଥାକୁ ଜଳକ୍ଲୀଷ୍ଟ ସ୍ଥାନ ନିରୂପଣ କରିବା ସହିତ ତାହାର ଦୂରୀକରଣ ନିମନ୍ତେ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l
ସ୍ୱାସ୍ଥ୍ୟ ବିଭାଗକୁ ଉପଯୁକ୍ତ ପରିମାଣ ଓଆର୍‍ଏସ୍‍ ପ୍ୟାକେଟ ଓ ଔଷଧ ମହଜୁଦ ରଖିବା ସହିତ ସଜାଗ ରହିବାକୁ କୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏକ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ କରାଯିବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଜ଼ିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନ କୁ 24×7 ସଜାଗ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇ ଥିଲା l ପ୍ରାଣୀ ଚିକିତ୍ସା ବିଭାଗ ଦ୍ୱାରା ପ୍ରଣୀ ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିବାକୁ କୁହାଯାଇଛି l ସେହିପରି ସମସ୍ତ ଯାତ୍ରୀ ବାହୀ ଗାଡିଗୁଡିକରେ ଓଆରଏସ, ବରଫ ଖଣ୍ଡ ବ୍ୟବସ୍ଥା କରିବା ସହିତ ଦିନ ୧୧ଘଟିକାରୁ ଅପରାହ୍ନ ୩ଘାଟିରେ ଯେପରି ବସ ଚଳାଚଳ ନକରିବ ସେଥି ପ୍ରତି ଆଞ୍ଚଳିକ ପରିବହନ ଅଧିକାରୀ ଦୃଷ୍ଟିଦେବେ l ସେହିପରି କର୍ମ ନିଯୁକ୍ତ ଦାତାଙ୍କୁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଜିଲ୍ଲା ଶ୍ରମ ଅଧିକାରୀ, ପୂର୍ତ୍ତ ବିଭାଗ ଓ଼ ଅନ୍ୟାନ୍ୟ କାର୍ଯ୍ୟ ନିର୍ବାହୀ ସଂସ୍ଥା ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ଶକ୍ତି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନିରନ୍ତର ବିଦ୍ୟୁତ ଯୋଗାଣ ପାଇଁ ଧ୍ୟାନ ଦେବାକୁ ବିର୍ଦେଶ ଦିଆଯାଇଛି l ଅଗ୍ନିଶମ ବିଭାଗକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି l

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ,ଭାସ୍କର ରଇତ,ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ବିର୍ବାହୀ ଜିଲ୍ଲାପରିଷଦ, ରାୟଗଡ ନିହାର ରଞ୍ଜନ କହଁର,ଉପଜିଲ୍ଲାପାଳ ରାୟଗଡ, କଲ୍ୟାଣୀ ସଂଘମିତ୍ରା ଦେଵୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାୟ ,,ଜିଲ୍ଲା ଶିକ୍ଷା ଅଧିକାରୀ ,ବସନ୍ତ କୁମାର ବେହେରା ,ଜିଲ୍ଲା ମଙ୍ଗଳ ଅଧିକାରୀ,ଭାରତ ଭୂଷଣ ବିଶ୍ୱାଳ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ପୌର ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ହାଡିବନ୍ଧୁ ଭୋଇ , ଜିଲ୍ଲାକୃଷି ଅଧିକାରୀ,ସୁମନ ପଟ୍ଟନାୟକ ,ଅଗ୍ନିଶମ ଅଧିକାରୀ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଲଳିତ ମଣ୍ଡଳ ଓ଼ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.