ନାକଚଣା ଦ୍ବାରରେ ଅଗ୍ନିକାଣ୍ଡ

0 2

ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀକ୍ଷେତ୍ର ଏବେ ଅଗ୍ନିଦେବଙ୍କ କୋପରେ । ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣା ଲୋକଙ୍କ ମନରୁ ଥମି ନଥିବା ବେଳେ, ପୁଣି ଘଟିଛି ଏକ ଅଭାବନୀୟ କାଣ୍ଡ । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ପାଖରେ ଦେଖିବାକୁ ମିଳିଛି ଭୟାବହ ଅଗ୍ନିକାଣ୍ଡ । ନାକଚଣା ଦ୍ବାର ପାଖରେ ଗଦା ହୋଇଥିବା ଅଳିଆରେ ଲାଗିଛି ନିଆଁ । କେହି ଦୁର୍ବୃତ୍ତ ଭୋରୁ ଭୋରୁ ଏଠାରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ତେବେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ କରିଛନ୍ତି ।

ତେବେ ଶ୍ରୀକ୍ଷେତ୍ର ଭଳି ପର୍ଯ୍ୟଟନ ସହରରେ ଗୁଣ୍ଡିଚାଘର ବିଶେଷ ମହତ୍ବପୂର୍ଣ୍ଣ ଯାଗା ଅଟେ । ମହାପ୍ରଭୁଙ୍କ ସହ ଗୁଣ୍ଡିଚାଘର ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ତେବେ ଏଠାରୁ ପ୍ରଶାସନ ଏତେ ମାତ୍ରାରେ ଅଳିଆ ନ ଉଠାଇ ପକାଇ ରଖୁଛି କାହିଁକି ବୋଲି ସ୍ଥାନୀୟ ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.