ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଯେଉଁ ଦିନ ଠୁ ଟାଟା ପାୱାର ବିଦ୍ୟୁତ୍ ବିଭାଗର ଦାୟିତ୍ଵ ନେଲାଣି ସେବେଠାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଜନ ସାଧାରଣ ଅଭିଯୋଗ ଆଣିଛନ୍ତି । ସାଧାରଣ ଟିକେ ପବନ ହେଲା କ୍ଷଣି ଚାହିଁ ବସିଥାନ୍ତି ଲାଇନ କାଟିବା ପାଇଁ । ମାଳ ମାଳ କର୍ମଚାରୀ ,ମେଶିନରି ଏକୁବମେଣ୍ଟ ଭରପୁର, ପ୍ରତିମାସ ଦୁଇ ଥର ମ୍ୟାଣ୍ଟନେଶ୍ ସକାଶେ ଦିନ ତମାମ ବିଦ୍ୟୁତ୍ କାଟ । ଗତ କାଲି କିଛି ପରିମାଣରେ ବର୍ଷା ପବନ ହୋଇଥିଲା ଭଞ୍ଜନଗର ସାନ ତୋଟା ସାହିରେ ଏକ ନିମ ଗଛ ସାଧାରଣ ଭାବେ ନଇଁ ଯାଉଥିଲା । ସେଇ ଗଛ ଡାଳ ର ସଂପର୍କରେ ବିଦ୍ୟୁତ୍ ତାର ଆସିଥିଲା। ସେହିଡାଳ ଟିକୁ କାଟିବା ପାଈଁ ବିଦ୍ୟୁତ୍ ବିଭାଗକୁ ଲାଗିଗଲା ୧୨ ଘଣ୍ଟା। ପୂର୍ବଦିନ ଅପରାହ୍ନ ୩.୩୦ରୁ ପବନ ହେବାକ୍ଷଣି ବିଦ୍ୟୁତ୍ କଟିଲା ଯେ ରାତ୍ର ୩.୩୦ରେ ବିଦ୍ୟୁତ୍ ସଂଯୋଗ ହେଲା । କହିବାର ତାତ୍ପର୍ଯ୍ୟ ହେଲା ବିଦ୍ୟୁତ୍ ବିଭାଗ ଶହ ଶହ ନୂଆଁ ଯୁବକ ଠିକା କର୍ମଚାରମାନଙ୍କୁ ନିଯୁକ୍ତି ଦେଇଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ କାହାର ମଧ୍ଯ ସେହି ଡାଳ ଟିକୁ କାଟିବାର ଦକ୍ଷତା ନାହିଁ । ଯାହା ଫଳରେ ବାହାର ଲୋକଙ୍କ ଦ୍ଵାରା ମଜୁବୁରି ଭାବେ କାମ କରାଯାଉଛି । ସେହି ଗୋଟିଏ ତାର ପାଇଁ ଭଞ୍ଜନଗର ପାଞ୍ଚଟି ସାହି ସହିତ ବାଉଁଶଲୁଣ୍ଡି ସମ୍ପୂର୍ଣ୍ଣ ଗାଁ ଅନ୍ଧାର। ଯଦ୍ୱାରା ମଶା,ଗରମ ରେ ରାତି ବିତାଇଛନ୍ତି ଜନସାଧାରଣ। ଏଠି ଉଚ୍ଚ ପଦାଧିକାରୀ ମାନଙ୍କର କୌଣସି ନିଘା ନାହିଁ କି କୌଣସି କର୍ମଚାରୀ ଫୋନ୍ ମଧ୍ୟ ଉଠାଉ ନଥିବା ସାଧାରଣ ରେ ଅସୋନ୍ତୋସ ଦେଖାଦେଇଛି। ଗ୍ରାହକ ସେବା ଯୋଗାଉଥିବା ଟୁଲ ଫ୍ରି ନଂ ମଧ୍ୟ କାହାର ଅଭିଯୋଗ ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ଏହିପରି ଟି.ପି.ଏସ୍.ଓ.ଏଲ୍.ଆଡି ବିଭାଗର ବିଦ୍ୟୁତ୍ ସେବା ରେ ଅସ୍ତବ୍ୟସ୍ତ ସାଧାରଣ ଜନତା। ଅନ୍ୟ ପକ୍ଷେ ପ୍ରତି ୟୁନିଟ୍ ଚଢ଼ା ଦାମରେ ଅସୁଲ୍ କରନ୍ତି। ଯେତେବେଳେ କୌଣସି ଗ୍ରାହକ ତିନି ମାସ ରେ ୫୦୦ଟଙ୍କା ପୈଠ ମଧ୍ୟ ଦେଇପାରନ୍ତି ନାହିଁ । ସେତେବେଳେ ବିଦ୍ୟୁତ୍ ବିଭାଗର ଏକ ଟିମ୍ ଆସି ଜବରଦସ୍ତ ତାହାଙ୍କ ବିଦ୍ୟୁତ୍ ବିଚ୍ଛିନ୍ନ କରିଦେଇ ଚାଲିଯାଆନ୍ତି। ଏ ହେଉଛି ଟାଟା ପାୱାର ରେ ଜନତାଙ୍କୁ ସେବା ଯୋଗାଉଥିବା ସାଧାରଣ ରେ ଚର୍ଚ୍ଚା ର ବିଷୟ।
Sign in
Sign in
Recover your password.
A password will be e-mailed to you.
Next Post