ଚୋରକୁ ସୁବିଧା ଅନ୍ଧାର ରାତି

0 1

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: କିଛି ଦିନର ବ୍ୟବଧାନ ପରେ ପୁଣି ମାତିଲେ ଲୁଟେରା । ଅନ୍ଧାରରେ ଘର ତାଲା ଭାଙ୍ଗି ଲୁଟିନେଲେ ଲୁଟେରା । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ଆସବାବ ପତ୍ର ।

ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ୍ ତାରାସିଙ୍ଗି ଥାନା ଅଧିନ କ୍ଷେତମୁଣ୍ଡାଳୀ ଗ୍ରାମ ପଞ୍ଚାୟତ ଶିଶୁଣ୍ଡା ଗ୍ରାମରେ । ଘର ମାଲିକଙ୍କ କହିବାନୁସାରେ ,ଗ୍ରାମର ପ୍ରତାପ କରଙ୍କ ଘରେ ଗତ ବିଳମ୍ୱିତ ରାତିରେ ଘରର ସମସ୍ତେ ଖାଇ ସାରି ସୋଇଥିବା ସମୟରେ ପ୍ରାୟ ରାତି ୧ଟା ରେ ଘରେ କଳା କନା ବୁଲାଇଥିଲେ ଦୃର୍ବୁତ୍ତ । ନିଜ ଝିଅର ବିବାହ ପାଇଁ ସଞ୍ଚୟ କରି ରଖିଥିବା ଟଙ୍କା ଏବଂ ସୁନା ଗହଣା ଘରେ ରଖିଥିବା ବେଳେ । ଗତ କିଛି ଦିନ ହେବ ପବନ ବର୍ଷା ଯୋଗୁଁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ରହିଥିବାରୁ ଏହାର ସୁଯୋଗ ନେଇଥିଲେ ଲୁଟେରା । ଘର ଠାରୁ ପ୍ରାୟ ୮ ସହ ମିଟର ଦୁରକୁ ବୋହି ନେଇଥିଲେ ଘରର ସବୁ ଜିନିଷ ପତ୍ର । ତେବେ ଚୋରି ହୋଇଥିବା ଜିନିଷର ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଘଟଣା ସ୍ଥଳରେ ତାରାସୀଙ୍ଗି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ ଏହି ଅଞ୍ଚଳରେ ପୋଲିସ୍ ର ପେଟ୍ରୋଲିଂ ଠିକ୍ ଠାକ୍ ନଥିବାରୁ । ଏଭଳି ଘଟଣା ଦେଖିବାକୁ ମିଳୁଛି ଏବଂ ଏହାର କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଜନସାଧାରଣ ଙ୍କ ଦ୍ଵାରା ଦାବି ହେଉଛି ।

Leave A Reply

Your email address will not be published.