ଅବସର କାଳୀନ ସମ୍ବର୍ଦ୍ଧନା ; ରିଟାୟର୍ମେଣ୍ଟ ବେନିଫିଟ ସାର୍ଟିଫିକେଟ ପ୍ରଦାନ

0 2

ପଦ୍ମପର:- ରାଜବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ଆଜି ରିଟାୟର୍ମେଣ୍ଟ ବେନିଫିଟ ସାର୍ଟିଫିକେଟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସହ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶିବପ୍ରସାଦ ଯୋଶୀ,ଶ୍ରୀଯୁକ୍ତ ରାମସିଂ ଭୋଇ ଓ ବରିଷ୍ଠ କିରାଣୀ ଶ୍ରୀଯୁକ୍ତ ଦିଲ୍ଲୀପ ଭୋଇ ଉପସ୍ଥିତ ଥିଲେ ଏବଂ ସମସ୍ତେ ଅବସର ପରବର୍ତ୍ତୀ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ଭଗବାନଙ୍କ ଠାରେ କାମନା କରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ କାଲି ମେ 31 ରେ ଷାଠିଏ ବର୍ଷରେ ପଦାର୍ପଣ କରି ଅବସର ଗ୍ରହଣ କରିଥିବା ଶ୍ରୀ ଲଲିତ ଦାଶ ପୂରେନା ଊ ପ୍ରା ବିଦ୍ୟାଳୟ, ଶ୍ରୀ ଶତ୍ରୁଘ୍ନ ବରିହା ବରିହାପାଲି ଉ ପ୍ରା ବିଦ୍ୟାଳୟ, ମାଧ ବରିହା ପାଞ୍ଚଭାୟା ପ୍ରାଥମିକ ବିଦ୍ୟାଳୟ, ଶ୍ରୀମତୀ ସିନ୍ଧୁସୁତା ସେଠ୍ କୁମ୍ନିବାହାଲି ପ୍ରାଥମିକ ବିଦ୍ୟାଳୟ ଓ ଶ୍ରୀ ମାୟାଧର ପଣ୍ଡା ଜ୍ଞାନ ଉ ପ୍ରା ବିଦ୍ୟାଳୟ ଦୀର୍ଘ ବର୍ଷ ଶିକ୍ଷକତା କରି ସମାଜ ପାଇଁ ଅନେକ ସୁନାଗରିକ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.