https://youtu.be/03rap8qWYvk
(ମାହାଙ୍ଗା – ଶାସକ ପ୍ରଶାସକ): ଅଞ୍ଚଳର ଵିକାଶ ପାଇଁ ନିର୍ବାଚନର ଏହି ବଡ଼ ପର୍ବରେ ଜନତା ଜନାର୍ଦନ ବାଛୁଛନ୍ତି ଉତ୍ତମ ନେତା l ସମସ୍ତ ଜନତାଙ୍କ ଗୋଟିଏ ଲକ୍ଷ୍ୟ ଅଧିକରୁ ଅଧିକ ଵିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା l ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ହେଉଛି ଏକ ସ୍ୱାଭିମାନୀ, ସଚେତନ ଭୋଟର ମାନଙ୍କ ଅଞ୍ଚଳ l ଆଜି ଗଣତନ୍ତ୍ରର ମହାନ ପର୍ବର ଅନ୍ତିମ ଦିବସ ଵା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ l ଏହି ନିର୍ବାଚନୀ ଭିତିକ ମହାନ ପର୍ବରେ 6ଟି ସାଂସଦୀୟ କ୍ଷେତ୍ରରେ 42 ଟି ବିଧାନସଭା ଆସନରୁ ଚାଲିଛି ମତଦାନ ପକ୍ରିୟା l ସେଥି ମଧ୍ୟରୁ କେନ୍ଦ୍ରାପଡ଼ା ଲୋକସଭା ଅଧୀନରେ ଥିବା ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା 94 ନମ୍ବର ଆସନଟି ହେଉଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ l ଏହି ନିର୍ବାଚନ ମଣ୍ଡଳୀରେ 309 ବୁଥରେ 2 ଲକ୍ଷ 71 ହଜାର 103 ଜଣ ଭୋଟର ନିଜର ମତଦାନ ପ୍ରକ୍ରିୟା ଜାରୀ ରଖିଛନ୍ତି l
ଏହି ମହାନ ପର୍ବରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ବିଧାୟକ ପାର୍ଥି ଅଙ୍କିତ ପ୍ରତାପ ଜେନାଙ୍କ ସହ ପରିବାର, ନିଜ ପଞ୍ଚାୟତ ଅଳିଯୋଡ଼ା ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଆଦର୍ଶ ସଖୀ ମତଦାନ କେନ୍ଦ୍ର ବୁଥ ନମ୍ବର 73 ରେ ନିଜର ମତଦାନ କରିଛନ୍ତି l ପ୍ରଥମେ ବିଧାୟକ ଶ୍ରୀଜେନା ଓ ତାଙ୍କ ସପରିବାରେ ଅଲିଯୋଡ଼ା ଗ୍ରାମଦେବତୀଙ୍କ ଠାରୁ ଆଶୀର୍ବାଦ ନେଇ ମତଦାନ ସାବ୍ୟସ୍ତ କରିବା ସହିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀଙ୍କ ଆଶୀର୍ବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ଅଛି ଏବଂ ପଞ୍ଚାୟତର ଵିକାଶ ପାଇଁ ସମସ୍ତ ଜନତା ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ପ୍ରକାଶ କରିଥିଲେ l