ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ଦେହାନ୍ତରେ ଶୋକ ପାଳନ କଲା ରାୟଗଡ ଜିଲ୍ଲା ପ୍ରଶାସନ ।

3

ରାୟଗଡ:- ତା:୨୧.୦୫.୨୦୨୪ରିଖ ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁରେ ଶୋକ ପାଳନ କରାଯାଇଛି । ଗତ ୧୯-୦୫.୨୦୨୪ତାରିଖ ଦିନ ଇରାନ ରାଷ୍ଟ୍ରପତିଙ୍କ ହେଲିକେପ୍ଟର ଦୁର୍ଘଟଣା ଘଟି ରଇସିଙ୍କ ସହ ଇରାନ ବୈଦେଶିକ ମନ୍ତ୍ରୀ ହୁସେନ ଅମିର ଅବଦୁଲ୍ଲାଙ୍କ ମଧ୍ୟ ଦେହାନ୍ତ ଘଟିଥିଲା । ପାଗ ଖରାପ ଯୋଗୁଁ ହେଲିକେପ୍ଟର ଦିଗହରା ହୋଇ ଦୁର୍ଘଟଣା ଘଟିଥିବା ଇରାନ ପ୍ରଶାସନ ସ୍ପଷ୍ଟ କରିଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପତ୍ର ସଂଖ୍ୟା :୧୮୧୬୧ ତା:୨୦-୦୫-୨୦୨୪ ଅନୁଯାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଜାତୀୟ ପତାକା ଅର୍ଦ୍ଧନମିତ କରାଯାଇଥିଲା । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଶୋକ ପାଳନ କରାଯାଇଥିଲା ଓ ବର୍ତ୍ତମାନ ସମୟରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ପାଳନ ବlରଣ କରାଯାଇଛି ।

Leave A Reply

Your email address will not be published.