-
୬ -୧୮ ବର୍ଷ ବୟସଶିଶୁଙ୍କର ତଥ୍ୟ ଆଣି ତାଲିକା ପ୍ରସ୍ତୁତ ହେବ
-
ଡ୍ରପ୍ ଆଉଟ ପିଲାଙ୍କ ବୟସ ଅନୁଯାୟୀ ଶ୍ରେଣୀରେ ଦଖିଲା ପାଇଁ ପ୍ରୟାସ ହେବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ଗଜପତି ଜିଲ୍ଲା ରା. ଉଦୟଗିରି ଓ ଗୁମ୍ମା ବ୍ଲକକୁ ଡ୍ରପ୍ ଆଉଟ୍ ମୁକ୍ତ କରିବା ଲକ୍ଷ୍ୟନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଆଗକୁ ନେବା ଲକ୍ଷ୍ୟନେଇ ପିରାମଲ୍ ଫାଉଣ୍ଡାସନ ପକ୍ଷରୁ ସମସ୍ତ ଅଙ୍ଗନବାଡି କର୍ମୀ , ସି ଆର୍ ସି ସି , ସୁପରଭାଇଜର , ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ନେଇ ପର୍ଯ୍ୟାୟ କ୍ରମେ ଆଲୋଚନା ଚକ୍ର ଆୟୋଜନ କରାଯାଇଛି। ଏଥିରେ ଓସେପା (OSEPA) ପୋର୍ଟାଲର ତଥ୍ୟକୁ ଭିତ୍ତି କରି ଡ୍ରପ ଆଉଟର କାରଣ , ଗ୍ରାମ ମାନଙ୍କରେ ପରିବାରର ସ୍ଥିତି ଓ ଏହାକୁ ରୋକିବାପାଇଁ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋକପାତ କରାଯାଉଛି।
ପ୍ରଥମ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀ , ମହିଳାସଂଘ ସଦସ୍ୟା ଏବମ ଗାନ୍ଧୀ ଫେଲୋଙ୍କ ମିଳିତ ସହଯୋଗରେ ଘରେ ଘରେ ସର୍ଭେ କରି ୬ -୧୮ ବର୍ଷ ବୟସଶିଶୁଙ୍କର ଡ୍ରପ୍ ଆଉଟଡାଟା ଆଣି ତାଲିକା ପ୍ରସ୍ତୁତ କରାଯିବ। ସର୍ଭେ ସମୟରେ ସରକାରୀ ବିଦ୍ୟାଳୟରେ ପଢୁଥିଲେ ଛାତ୍ର ମାନଙ୍କୁ ମିଳୁଥିବା ସମସ୍ତ ସୁବିଧାଗୁଡିକ ତଥା ପ୍ରାକ୍ ଛାତ୍ରବୃତ୍ତି , ମାଧ୍ୟାହ୍ନ ଭୋଜନ , ଉନିଫୋର୍ମ , ସ୍ମାର୍ଟକ୍ଳାସ ଶିକ୍ଷାଦାନ , ମାଗଣା ପାଠ୍ୟ ପୁସ୍ତକ , ପାଠାଗାର ବ୍ୟବସ୍ଥା , ଆବାସିକ ବିଦ୍ୟାଳୟ ବ୍ୟବସ୍ଥା ଆଦିର ର ବିବରଣୀ ବିସ୍ତୃତ ଭାବେ ପରିବାରରେ ଥିବା ଡ୍ରପ୍ ଆଉଟ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ପ୍ରଦାନ କରାଯିବା ସହ ସ୍କୁଲରେ ପୁନଃ ଦାଖିଲା ତଥା ଉପସ୍ଥାନ ବଢାଇବାପାଇଁ ଉତ୍ସାହିତ କରାଯାଉଛି।
ଆଗାମୀ ଦିନରେ ଏଥି ସମ୍ବନ୍ଧୀୟ ଅନେକ ଜନସଚେତନତା ଅଭିଯାନ ଯଥା ରେଲି , ଚିତ୍ର।ଙ୍କନ , ଛାତ୍ର ଅନୁକୂଳ ପରିବେଶ ପାଇଁ ଅଭିଯାନ ଆୟୋଜନ ହେବ ଏବମ ବ୍ଲକ ସ୍ତରରେ ଶିଶୁ ବିକାଶ ଯୋଜନା ଅଧିକାରୀ ଓ ଶିକ୍ଷାଧିକାରୀ ଏଗୁଡାକର ନେତୃତ୍ବ ନେବେ । ଏହି ଆକାଂକ୍ଷୀ ବ୍ଲକର ପ୍ରତ୍ଯେକ ପିଲା କିପରି ଗୁଣାତ୍ମକ ଶିକ୍ଷା ପ୍ରାପ୍ତ କରିବେ ଏବଂ ସେମାଙ୍କ ଉତ୍ତରୋତ୍ତର ଉନ୍ନତି ହେବ ସେଥିପାଇଁ ପ୍ରଶାସନ ସମସ୍ତ ସହଯୋଗ କରୁଛନ୍ତି ବୋଲି ପିରାମଲ ଫାଉଣ୍ଡେସନର ଦେବବ୍ରତ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
୨୧-୦୫-୨୦୨୪ ତାରିଖରେ ରା. ଉଦୟଗିରି ବ୍ଲକର ସମସ୍ତ ସ୍କୁଲ ଗ୍ରାମମାନଙ୍କରେ ସୂଚନା ପ୍ରାପ୍ତ ତଥ୍ୟମାନଙ୍କର ଶିଶୁ ସୁରକ୍ଷା କମିଟି ମାଧ୍ୟମରେ ସମୀକ୍ଷା କରିବା ପରେ ଚୂଡ଼ାନ୍ତ ତାଲିକାମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଚେଷ୍ଠା କରାଯିବ ବୋଲି ଉଦୟଗିରି ଶିଶୁ ବିକାଶ ଯୋଜନା ଅଧିକାରୀ ଲଳିତା ପୂଜାରୀ ସୂଚନା ଦେଇଛନ୍ତି।
ସର୍ଭେ , ଆଲୋଚନା ଚକ୍ର ସଂଚାଳନା ଆଦି ଅଭିଯାନରେ ସୁପରଭାଇଜର ଆଲେମି ଦିଦି , ପିରାମଲ ଫାଉଣ୍ଡେସନର ଶ୍ରେୟାଶୀରାଣୀ , ଶୁଭ ସଂଯୋଗ ସାହୁ , ଆଲୋକ , ଅନିଲ , ଅନନ୍ତ , ଶୁଭମ ସହଯୋଗ କରିଥିଲେ।