ଶିକଇପାଇ ରାୟଗଡ଼ା ମୂଖ୍ୟ ସଡ଼କ ପଥରେ ମର୍ମନ୍ତୁଦ ଦୁର୍ଘଟଣା

3

କଲ୍ୟାଣ ସିଂହପୁର- ରାୟଗଡ ଜିଲ୍ଲା କଲ୍ୟାଣ ସିଂହପୁର ଅନ୍ତର୍ଗତ ସିକର୍ ପାଇ ରାୟଗଡ଼ ମୂଖ୍ୟ ରାସ୍ତା ରେ କୃଷ୍ଣ ନଗର ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ। ଘଟଣାରୁ ପ୍ରକାଶ ଥାଉ ଯେ, ସ୍ଥାନୀୟ ରେଲୱେ ଶ୍ରମିକ ଭାବେ କାର୍ଯ୍ୟରତ କଳାହାଣ୍ଡି ଜିଲ୍ଲାର ବିଶ୍ୱଜିତ୍ ଗାଡି ନମ୍ୱର୍ ଓ ଡି ୦୨ କ୍ୟୁ ୬୫୬୭ ଧରି ସିକରପାଇ ଠାରୁ ଭିତର୍ଝୋଲା ଯାଉଥିବାବେଳେ, କୃଷ୍ଣ ନଗର ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ରେ ନିଳଗିରି କାଠ ବୋଝେଇ କରୁଥିବା ସାଜା ଗ୍ରାମର ଯୋଗେଶ ମିନିଆକା ଙ୍କୁ ଧକ୍କା ଦେଇଥିଲା, ଫଳରେ ଘଟଣସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ କଲ୍ୟାଣ ସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ନାୟକ ଙ୍କ ସବ୍ ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ ଘଟଣା ସ୍ଥଳ ରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.