ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ୱରେ କେନ୍ଦୁପାଟଣା ପଞ୍ଚାୟତରୁ ବହୁ ବିଜେପି କର୍ମୀ ମିଶିଲେ ବିଜେଡ଼ିରେ l

3

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ତହସିଲ ଛକ ସ୍ଥିତ ବିଜୁ ଜନତା କାର୍ଯ୍ୟାଳୟରେ ପୂର୍ବତନ ସରପଞ୍ଚ ବିବେକାନନ୍ଦ ବେହେରାଙ୍କ ନେତୃତ୍ବରେ କେନ୍ଦୁପାଟଣା ପଞ୍ଚାୟତରୁ ବହୁ ଯୁବକ ବିଜେପି ଦଳ ଛାଡ଼ି ବିଜେଡ଼ିରେ ଯୋଗଦାନ କରିଛନ୍ତି l ସରପଞ୍ଚ ପ୍ରଗତିପ୍ରଭା ମହାନ୍ତିଙ୍କ ସଭାପତିତ୍ୱ ଏବଂ ବ୍ଳକ ଉପାଧକ୍ଷ ଅଶୋକ କୁମାର ଓଝାଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ଦଳୀୟ ଉତ୍ତରୀୟ ପ୍ରଦାନ କରି ସମସ୍ତଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ । କେନ୍ଦୁପାଟଣା ପଞ୍ଚାୟତରେ ପୂର୍ବରୁ ବିଜେଡ଼ି ସଂଗଠନ ମଝବୁତ୍ ରହିଥ‌ିବାବେଳେ ବହୁ ଯୁବକ ପୁଣି ଏହି ଦଳରେ ସାମିଲ ହୋଇଥିବାରୁ ସଂଗଠନ ଦୃଢୀଭୂତ ହେବା ସହିତ ଏଥର ନିର୍ବାଚନରେ ପ୍ରତିଦ୍ଵନ୍ଦୀଙ୍କ ଠାରୁ ୨ହଜାରରୁ ଉର୍ଦ୍ଧ୍ବ ଭୋଟରେ ଏହି ଏହି ପଞ୍ଚାୟତ ଆଗୁଆ ହୋଇ ରେକର୍ଡ଼ ସୃଷ୍ଟି କରିବ ଏବଂ ପ୍ରଗତିର ଧାରା ଆଗକୁ ବଢି ଚାଲିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ପଞ୍ଚାୟତ ବିଜେପି ଯୁବମୋର୍ଚ୍ଚା ସଭାପତି ସନାତନ ବେହେରା ଏବଂ ତାଙ୍କ ସମର୍ଥକ ଦୀପକ କୁମାର ବେହେରା, ମନୋଜ ବେହେରା, ୱାର୍ଡ଼ସଭ୍ୟ ବାଇଧର ଦାସ, ମନୋଜ କୁମାର ମଲିକ, ଅରକ୍ଷିତ ଗାହାଣଙ୍କ ସମେତ ୨୦ ରୁ ଉର୍ଦ୍ଧ୍ବ ଯୁବକ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଏବଂ ବିଧାୟକ ଶ୍ରୀ ଜେନାଙ୍କର ଦୃଢ ସାଂଗଠନିକ ଓ କାର୍ଯ୍ୟ ଦକ୍ଷତାରେ ଅନୁପ୍ରାଣିତ ହୋଇ ସେମାନେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି । ଶେଷରେ ପୂର୍ବତନ ସରପଞ୍ଚ ପ୍ରଦୀପ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.