ହୃଦଘାତରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ।

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୋଜାଲୀନ ବେହେରାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଗତକାଲି ରାତି ୧୨ ଟାରେ ଘରେ ପାଠ ପଢ଼ୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲା। ପରିବାର ଲୋକ ତୁରନ୍ତ ତାଙ୍କୁ ଗୁଣପୁର ଉପଖଣ୍ଡ ଡାକ୍ତର ଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ରୋଜାଲିନଙ୍କ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ମାତ୍ର ୧୪ ବର୍ଷ ହୋଇଥିବା ବେଳେ ଏହି ବୟସରେ ହୃଦଘାତ ଜନିତ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଝିଅକୁ ହରାଇ ପରିବାର ଲୋକ ଏବଂ ସହପାଠୀ ମାନେ ଭାଙ୍ଗି ପଡିଛନ୍ତି। ଏଥିପାଇଁ ଗୁଣପୁର ଓ ଚାଲକମ୍ବ ଅଞ୍ଚଳରେ ବିଷାଦର ଛାୟା ଖେଳିଯାଇଛି। ରୋଜାଲିନ କେନ୍ଦ୍ରୀୟ ବିଦ୍ୟାଳୟରେ ଜଣେ ଉତ୍ତମ ମେଧାବୀ ଛାତ୍ରୀ ରୂପେ ପରିଚିତ ଥିଲେ। ମୃତ ରୋଜାଲିନଙ୍କ ବାପା ଚାଲକାମ୍ବା ଗ୍ରାମର ଶିକ୍ଷକ ପଵିତ୍ର ବେହେରା ଏବଂ ଅଵସରପ୍ରାପ୍ତ ଶିକ୍ଷକ ରଘୁନାଥ ସାହୁଙ୍କ ନାତୁଣୀ। ମୃତ ରୋଜାଲିନଙ୍କ ମରଶରୀରକୁ ନିଜ ଗ୍ରାମ ଚାଲକାମ୍ବାରେ ଅନ୍ତିମ ସଂସ୍କାର କରାଯାଇଥିଲା।

 

Leave A Reply

Your email address will not be published.