ଜଗତସିଂହପୁରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

4

ଜଗତସିଂହପୁର,ତା-୧୧.୦୫.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ଓ ସ୍ଥାନୀୟ ପୌରପରିଷଦସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ଅଧକ୍ଷତାରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ସହ ପରିବାର ଅଦାଲତ ଜଜ୍ ଶ୍ରୀ ଭଗବାନ ପ୍ରଧାନ, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ରାଜଶ୍ରୀ ମହାପାତ୍ର, ପ୍ରାକରଣର ସଚିବ ଶ୍ରୀମତୀ ସୁନନ୍ଦା ପାଢୀ, ସି.ଯେ.ଏମ ଶ୍ରୀମତୀ ନୀଳିମା ପଣ୍ଡା, ସବ ଜଜ୍ ଶ୍ରୀମତୀ ସୁଦୀପ୍ତା ଦେହୁରି, ରେଜିଷ୍ଟ୍ରାର ସିଭିଲ୍ କୋର୍ଟସ୍ ଶ୍ରୀମତୀ ରଶ୍ମିତା ସାହୁ, ଶ୍ରୀମତୀ ଶର୍ମୀଷ୍ଠା ଶୁଭଦର୍ଶିନୀ ମହାନ୍ତି, ଏସ୍.ଡି.ଜେ.ଏମ୍ ଶ୍ରୀ ନିରଞ୍ଜନ ଦାସ, ମୁନଶିଫ ଶ୍ରୀମତୀ ଅନନ୍ୟା ଦାସ, ଜେ.ଏମ୍.ଏସ୍.ସି ସଦକ କାଟଜେ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ । ଦୁର୍ଘଟଣା ଜନ୍ମିତ ମୋକଦ୍ଦମାର ବିଚାର ପାଇଁ ଉଦ୍ଦିଷ୍ଟ ବେଞ୍ଚ ରେ ପବ୍ଲିକ ପ୍ରକ୍ସେକ୍ୟୁଟର (Prosecutor) ଶ୍ରୀ ନଲିନୀକାନ୍ତ ମହାରଣା, ସରକାରୀ ଓକିଲ ଶ୍ରୀ ସଲିଲ ଘୋଷ, ଆଇନଜୀବୀ ଶ୍ରୀ ରେନ୍ଦ୍ରନାଥ ଆଚାର୍ଯ୍ୟ, ସ୍ବେଛାସେବୀ ସୁଷମା ପ୍ରଧାନ ଏବଂ ଶଲ୍ୟବିଭାଗ ଡାକ୍ତର ସିଦ୍ଦାର୍ଥ ଶଙ୍କର ମହାନ୍ତି ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରନ ମକଦ୍ଦମା ଯଥା ଫୌଜଦାରି (ସାଲିସ୍ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ରୁଣ ମାମଲା, ରାଜସ୍ବ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବୈବାହିକ ବିବାଦ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ସହିତ ଜିଲ୍ଲାରେ ଥିବା ବ୍ୟାଙ୍କ ମାମଲା ସମ୍ୱଧୀୟ ପ୍ରାକ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଫଇସଲା ହୋଇଛି । ଜିଲ୍ଲାରୁ ମୋଟ ୧୯୫୮ ମାମଲାରୁ ୧୦୫୬ ଟି ସଫଳତାର ସହ ଫଇସଲା ହେବା ସହିତ ୩ କୋଟି ୯ ଲକ୍ଷ ୩୩ ହଜାର ୭୬୯ ଟଙ୍କା ଆଦାୟ କରାଯାଇଛି । ସେହିପରି ବ୍ୟାଙ୍କ ଓ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ର ମାମଲା ସମ୍ୱଧୀୟ ପ୍ରାକ ମୋକଦ୍ଦମାରେ ୩୮୯୦ ଟି ମାମଳରୁ ୧୩୪ ଟି ସଫଳତାର ସହ ଫଇସଲା ହେବା ସହିତ ୭୯ ଲକ୍ଷ ୯୧ ହଜାର ୨୦୦ ଟଙ୍କା ଋଣ ଆଦାୟ କରାଯାଇଛି । ଜଗତସିଂହପୁର ଜିଲ୍ଲା କୋର୍ଟ ସମେତ କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର ଏବଂ ଏରସମା କୋର୍ଟରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ଏବଂ ବିଚାରପତିମାନଙ୍କ ଦ୍ବାରା ମୋକଦ୍ଦମା ଗୁଡିକର ଫଇସଲା କରାଯିବା ସହ ଜୋରିମାନା ଆଦାୟ କରାଯାଇଛି ।

Leave A Reply

Your email address will not be published.