ପାରଳାରେ ଇଣ୍ଡି ମେଣ୍ଟର ଓଡ଼ିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ

18

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଇଣ୍ଡି ଗଠବନ୍ଧନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ ପାରଳା ସହରରେ ପରିଲକ୍ଷିତ ହୋଇଛି। ବନ୍ଦକୁ ସମର୍ଥନ କରି ଇଣ୍ଡି ଗଠବନ୍ଧନର ବିଭିନ୍ନ ଦଳର ନେତା ଓ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ସରକାରୀ କାର୍ଯ୍ୟାଳୟ , ବିଦ୍ୟାଳୟ , କଲେଜ ଓ ବ୍ୟାଙ୍କ ସମ୍ମୁଖରେ ଆନ୍ଦୋଳନ କରିଥିଲେ।
ସେହିପରି ସହରରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଦୂରଦୂରାନ୍ତକୁ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଦୁଇଚକିଆ ସମେତ ଅନ୍ୟାନ୍ୟ ଛୋଟ ଯାନବାହାନ ଚଳାଚଳ ପ୍ରାୟତଃ ସ୍ୱାଭାବିକ ରହିଥିଲା।
ବନ୍ଦ ପାଳନ ସମୟରେ କଂଗ୍ରେସ , ସିପିଆଇ , ସିପିଆଇ(ଏମ୍), ସିପିଆଇ(ଏମ୍ଏଲ୍), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ସମେତ ବିଭିନ୍ନ ସହଯୋଗୀ ଦଳର ନେତା ଓ କର୍ମୀମାନେ ପିକେଟିଂରେ ସାମିଲ ହୋଇଥିଲେ।

Leave A Reply

Your email address will not be published.