ହଜାର ହଜାର ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କଲେ ସାରସକଣା ବିଜେପି ବିଧାୟକ ପ୍ରାର୍ଥୀ ଭାଦବା ହାଁସଦା ।

4

ମୟୂରଭଞ୍ଜ ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ  – ଆଦିବାସୀ ବହୁଳ ଜିଲ୍ଲା ଭାବେ ମୟୂରଭଞ୍ଜ ବିଗତ ଦିନରେ ସ୍ଵତନ୍ତ୍ର ରାଜ୍ୟ ପରିଗଣିତ ହୋଇଥିବା ରାଜ୍ୟରେ ଏବେ ୯ଟି ବିଧାନ ସଭା ସହ ୧ଟି ସାଂସଦ କୁ ନେଇ ଗଠିତ । ଆସନ୍ତା ସାଧାରଣ ନିର୍ବାଚନ ପରିପେକ୍ଷିରେ ଗତକାଲି ରାଇରଙ୍ଗପୁର ଠାରେ ବିଜେପିର ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ୍ ଏବଂ ସାରସକଣା ବିଧାୟକ ପ୍ରାର୍ଥୀ ଶ୍ରୀ ଭାଦବ ହାଁସଦା ହଜାର ହଜାର ସମର୍ଥକଙ୍କ ମେଳିରେ ପ୍ରାର୍ଥୀ ପାତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଜେପି ମୟୁରଭଂଜ ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ ,ମୟୁରଭଂଜ ମହାରାଜା ପ୍ରବୀଣ ଭଞ୍ଜଦେଓ, ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ତ୍ରିବ୍ରେନ୍ଦ୍ର ସିଂ ରାୱତ ଙ୍କ ସମେତ ବିଜେପିର ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ପ୍ରାୟ ୧୫ ହଜାର ରୁ ଉର୍ଦ୍ଧ ସମର୍ଥକଙ୍କ ଉପସ୍ଥିତି ରେ ଏକ ବିରାଟ ଶୋଭା ଯାତ୍ରାରେ ବାହାରି ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଥିଲେ । ତେବେ ଗତ ନିର୍ବାଚନରେ ମୟୂରଭଞ୍ଜ ବିଜେପିର ଗଡ ହୋଇଥିଲା ବେଳେ ପଞ୍ଚାୟତ ନିର୍ବାଚନରେ ଅବସ୍ଥା ସଙ୍କଟ ପର୍ଣ୍ଣ ହୋଇଥିଲା ।ତେବେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟର ଙ୍କ ଆଭିମୁଖ୍ୟ କଣ ରହିବ ତାହା ଆଗାମୀଦିନରେ ଜଣାପଡ଼ିବ । ନାମାଙ୍କନ ପାତ୍ର ଦାଖଲ କରି ସରିବା ପରେ ଭାଦବ ହାଁସଦା କହିଥିଲେ କି ମୁଁ ଏହି ନିର୍ବାଚନ ମଣ୍ଡଳୀରେ ନୂଆ ନୁହେଁ ।ଆଜି ଯେତିକି ଭାବେ ସାରସକଣା ନିର୍ବାଚନ ମଣ୍ଡଳୀର ଅଞ୍ଚଳବାସୀ ମୋ ସହିତ ସାମିଲ ହୋଇଛନ୍ତି ସେଥିରେ ସାରସକଣା ବିଧାନସଭାରେ ବିଜେପି ଯଶସ୍ଵି ହେବ ଏବଂ ଚଳିତ ନିର୍ବାଚନ ନିର୍ଣ୍ଣାୟକ ଓ ଐତିହାସିକ ହେବ । ଗତ ୨୪ ବର୍ଷ ଭିତରେ ଓଡ଼ିଶାରେ ଯାହା ହୋଇ ନାହିଁ ଆଗାମୀ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ନେତୃତ୍ୱରେ ତାହା ସମ୍ଭବ ହେବ। 

Leave A Reply

Your email address will not be published.