ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବଡ ରାଧାକାନ୍ତ ମଠରେ ସପ୍ତାହବ୍ଯାପି ଭାଗବତ ପାରାୟଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।
ଏହି ପାରାୟଣ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ପୂର୍ବାହ୍ନ ୯ଟାଠାରୁ ସନ୍ଧ୍ଯା ୭ଟା ପର୍ଯ୍ୟନ୍ତ ଚାଲୁଥିଲା। ଏଥିରେ ବାଗ୍ମୀ ପ୍ରବଚକ ବଲାଙ୍ଗୀରର ଇପ୍ସିତ ମିଶ୍ର , ବାଦ୍ଯଯନ୍ତ୍ରରେ ସୁବନ୍ତ କୁମାର ସାହୁ ଏବଂ ହାରମୋନିୟମରେ ହାଣ୍ଡିବନ୍ଧୁ ମାନିୟର ଏହି ପାରାୟଣରେ ସହଯୋଗ କରିଥିଲେ। ଏହି ପ୍ରସିଦ୍ଧ ପୁରାଣରେ ଲିଖିତ ଭକ୍ତି , ଜ୍ଞାନ ଓ କର୍ମର ସାରଣୀକୁ ଗୀତ ମାଧ୍ୟମରେ ଉପସ୍ଥାପନା କରି ତାର ଭାବାର୍ଥକୁ ସରଳ ଭାବେ ବୁଝାଇଥିଲେ। ସମାଜର ମୁଖ୍ଯସ୍ରୋତରେ ନିଜର ଭକ୍ତି ଓ ବଳିଷ୍ଠ କର୍ମ ଓ ସେବା ଦ୍ୱାରା ମନୁଷ୍ଯ ପ୍ରଶଂସିତ ହୋଇଥାଏ। ତାହାହିଁ ସେହି ମନୁଷ୍ଯକୁ ଦେବତ୍ୱ ସ୍ୱୀକୃତି ଦେଇଥାଏ। ପର ଆପଣାର ସନ୍ଦିଚ୍ଛା ଏକ ନିର୍ମଳ ମସ୍ତିଷ୍କରେ ପ୍ରକଟ ହୋଇ ସ୍ୱଚ୍ଛତାର ଭାବବିନିମୟ ପରିପ୍ରକାଶ କରିଥାଏ। ମନକୁ ସର୍ବଦା ସନ୍ତୁଳିତ ଓ ସଂଯମତା ରଖିବା ଶକ୍ତି ତାକୁ ଶ୍ରେଷ୍ଠତ୍ୱ ପରିଚୟ ଦେଇଥାଏ। ଗୀତର ଭାବାର୍ଥ ଭକ୍ତମାନଙ୍କୁ ଆଧ୍ଯାତ୍ମିକ ଧ୍ୱନିରେ ବାନ୍ଧିରଖିଥିଲା।
ଏହି ଦୀର୍ଘ ୭ ଦିନବ୍ୟାପୀ କାର୍ଯ୍ୟକ୍ରମରେ ସମସ୍ତ ଭାଗବତ ପ୍ରେମୀ ଉପସ୍ଥିତ ରହି ଶାନ୍ତ ଓ କମନୀୟ ବାତାବରଣ ଭିତରେ ନିଜକୁ ଉନ୍ମୁକ୍ତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହନ୍ତ ରାମାନନ୍ଦ ରାମାନନ୍ଦଦାସ ମହାରାଜ , ଶ୍ରୀକୃଷ୍ଣ ଗୋପାଳ ଦାସ ଗୋସ୍ୱାମୀ ମହାରାଜ ଏବଂ ବିଭିନ୍ନ ମଠର ମହନ୍ତ ମାନେ ଉପସ୍ଥିତ ଥିଲେ।ଏହାକୁ ବାବା ପ୍ରାଣ ଗୌରାଙ୍ଗ ଦାସ ପରିଚାଳନା କରିଥିଲେ। ସର୍ବୋପରି ନିର୍ମଳ କୁମାର ପାଢୀ , ଗୋପାଳକୃଷ୍ଣ ପଟ୍ଟନାୟକ , ରବି ପାଣିଗ୍ରାହୀ , ଦୂର୍ଗାମାଧବ ପାଣିଗ୍ରାହୀ ଏବଂ ଅନ୍ଯାନ୍ଯ ଭକ୍ତବୃନ୍ଦ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post