ଜଗତସିଂହପୁର,ତା-୧୧.୦୫.୨୦୨୪/ସୁମନ୍ତ କୁମାର ଦାସ: ନିର୍ବାଚନ ସମୟରେ ମତଦାନରେ ସବୁଠୁ ମହତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ଵାହ କରେ, ପୋଷ୍ଟାଲ ବାଲଟ। ଏଣୁ ୨୦୨୪ ସାଧାରଣ ନିର୍ବାଚନର ଏହି ଗୁରୁତ୍ବପୂର୍ଣ୍ଣ ଅଂଶକୁ ଜଗତସିଂହପୁର ଜିଲ୍ଲାରେ ସ୍ଵଚ୍ଛ ଓ ଅବାଧ ଭାବେ ନିର୍ବାହ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଗୁରୁତ୍ୱାରୋପ କରିଥିଲେ।ଆଜି ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ସମସ୍ତ ପୋଲିଂ ଅଧିକାରୀ ଓ ମାଇକ୍ରୋ ଅବଜରବର ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରଶିକ୍ଷଣ ରେ ଜିଲ୍ଲାପାଳ ଶ୍ରୀ ସାହା ପୋଷ୍ଟାଲ ବାଲଟ ହୋମ ଭୋଟିଂ ବ୍ୟବସ୍ଥା ଦାୟିତ୍ୱର ସହିତ ଏବଂ କର୍ତ୍ତବ୍ୟନିଷ୍ଠ ଭାବେ ସମ୍ପାଦନ କରିବାକୁ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ପରେ ଅତିରିକ୍ତ ଉପ ଜିଲ୍ଲାପାଳ ତଥା ପୋଷ୍ଟାଲ ବାଲଟ ନୋଡାଲ ଅଧିକାରୀ ଶ୍ରୀ ବିବୁଧ ଗଡନାୟକ ଏହି ପୋଷ୍ଟାଲ ବାଲଟ ହୋମ ଭୋଟିଂ ବ୍ୟବସ୍ଥାରେ ଶାରୀରିକ ଅକ୍ଷମ(ସର୍ବ ନିମ୍ନ 40 ପ୍ରତିଶତ )ରୁ ଅଧିକ ଭୋଟର ଏବଂ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ଏବଂ କୋଭିଡ ଆକ୍ରାନ୍ତ ଭୋଟର ଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସୂଚନା ଦେଇଥିଲେ। ଶ୍ରୀ ଗଡ଼ନାୟକ ପାୱାର ପଏଣ୍ଟ ମାଧ୍ୟମରେ ଫର୍ମ 13(କ),(ଖ),(ଗ) ଓ( ଘ) ର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ର ଶେଷରେ ସମସ୍ତ ଅଧିକାରୀ ମାନଙ୍କ ନିମନ୍ତେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା, ଯେଉଁଥିରେ ପ୍ରଶିକ୍ଷଣ ନେଉଥିବା ଅଧିକାରୀ ମାନେ ପୋଷ୍ଟାଲ ବାଲଟ ହୋମ ଭୋଟିଙ୍ଗ ର ସମସ୍ତ ପ୍ରକ୍ରିୟା ବିଷୟରେ ସନ୍ଦେହ ଦୂରକରି ଥିଲେ। ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ୱୀପ ଶ୍ରୀ ଲଲିତ ମୋହନ ବେହେରା, ସମସ୍ତ ବିଡିଓ, ତହସିଲଦାର, ମୁନିସିପାଲିଟି ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post