ଜଗତସିଂହପୁର /ତିର୍ତ୍ତୋଲ ୧୧/୫- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଂଚାୟତ କନିମୁଳ ଗ୍ରାମର ଆଲୋକ ସାମଲଙ୍କ ନାବାଳକ ପୁଅ କାନ୍ହା ସାମଲ ମହାନଦୀରେ ବୁଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି |ସୂଚନା ମୁତାବକ ଆଜି ସକାଳୁ ତାସଙ୍ଗରା ବରହମପୁର ମହାନଦୀ ପଠାଠାରେ ଥିବା ଶନିଠାକୁରଙ୍କ ଜଳାଭିଷେକ ନିମନ୍ତେ ସହସ୍ରାଧିକ ଶ୍ରଦ୍ଧାଳୁ ପାଣି ଢାଳିଥିଲେ | କନିମୁଳ ଗ୍ରାମର ଆଲୋକ ସାମଲଙ୍କ ସ୍ତ୍ରୀ ଓ ତାଙ୍କ ପୁଅ କାନ୍ହା ପାଣି ଢ଼ାଳିବାପାଇଁ ଆସିଥିଲେ | ମା ପାଣି ଢ଼ାଳିବାପାଇଁ ଯାଇଥିବାବେଳେ କାନ୍ହା ଗାଧଉଥିଲା |ଗାଧଉ ଗାଧଉ କାନ୍ହା ନଦୀରେ ବୁଡ଼ିଯାଇଥିବାବେଳେ ଅନ୍ୟ ଜଣେ ମହିଳାଙ୍କ ଗୋଡ଼ରେ ବାଜିଥିଲା | ସଙ୍ଗେ ସଙ୍ଗେ ପରିବାର ଲୋକେ ମଣିଜଙ୍ଗା ମେଡିକାଲ ପରେ ଶବ ବ୍ୟବଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ |
Sign in
Sign in
Recover your password.
A password will be e-mailed to you.