ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ସାଧାରଣ ନିର୍ବାଚନରେ ପ୍ରାପ୍ତ ବୟସ୍କ ଓ ଭିନ୍ନକ୍ଷମ ଭୋଟରଙ୍କୁ ପୋଲିଙ୍ଗ ବୁଥରେ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ପ୍ରଥମ ଥର ପାଇଁ ନିୟୋଜିତ ହେବେ ସିନିୟର ଏନ୍. ସି. ସି କ୍ୟାଡ଼ଟ। ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟ , କାଶୀନଗର ଓ ଜେ.ଆଇ.ଟି.ଏମ୍ , ବିଶ୍ବ ବିଦ୍ୟାଳୟ , ପାରଳାଖେମୁଣ୍ଡିର ୪୪ ଜଣ ଏନ୍. ସି. ସି କ୍ୟାଡଟର ଛାତ୍ର ଛାତ୍ରୀ ୨୦ ଗୋଟି ବୁଥରେ ନିୟୋଜିତ ହେବେ। ସମସ୍ତ କ୍ୟାଡର ଛାତ୍ର ଛାତ୍ରୀ ମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇ ବୁଥ ମାନଙ୍କରେ ନିୟୋଜିତ କରାଯିବ ।
ଏଥି ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ , ଗଜପତି ଏ ଦିଗରେ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଏହି କ୍ଷେତ୍ରରେ ସେମାନଙ୍କ ଆଗ୍ରହ ଦେଖି ସାମାଜିକ କାର୍ଯ୍ୟ ନିମନ୍ତେ ଆଗଭର ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଏହି ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ଦିନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା କରାଯିବା ସହ ପ୍ରଶଂସା ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post