ସାହିତ୍ୟ କୌଣସି ଅଞ୍ଚଳ ଭିତରେ ସୀମାବଦ୍ଧ ନୁହେଁ – ଜ୍ଞାନ ହୋତା

5

ଆମ ସାହିତ୍ୟ ପରିବାର, ବ୍ୟାସନଗରର ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବ -୨୦୨୪ ଅନୁଷ୍ଠିତ

ଭୁବନେଶ୍ୱର-ଶନିବାର ପୂର୍ବାହ୍ନରେ ଜୟଦେବ ଭବନ ପରିସରରେ”ଆମ ସାହିତ୍ୟ ପରିବାର, ବ୍ୟାସନଗର’ର ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛିା ଏହି ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ଜ୍ଞାନ ହୋତା କହିଲେ ଯେ ସହଭାଗିତାରେ ସାହିତ୍ୟ ବଞ୍ଚି ରହୋ ଯୁଗେଯୁଗେ ସାହିତ୍ୟର ଅଭ୍ୟୁଦୟ ଘଟିଛିା ସାହିତ୍ୟ କୌଣସି ଅଞ୍ଚଳ ଭିତରେ ସୀମାବଦ୍ଧ ନୁହୋଁ ଭାଷାକୁ ନେଇ ସାହିତ୍ୟ ବଞ୍ଚୋ ଓଡିଶାର ସମସ୍ତ ଲୋକଭାଷାକୁ ନେଇ ସାହିତ୍ୟ କରାଯାଉଛିା ଏଣୁ ପ୍ରଚାରପ୍ରସାର ଦିଗରେଧ୍ୟାନନଦେଇ ଲେଖନୀକୁ ଶାଣୀତ କଲେ ସାହିତ୍ୟ ଯୁଗଯୁଗ ଧରି ତିଷ୍ଠି ରହିବ | ଏଣୁ ଅନୁଷ୍ଠାନମାନଙ୍କ ସକ୍ରିୟ ସହଯୋଗରେ ସାହିତ୍ୟର ଜୟଯାତ୍ରା ସଦା ଅବ୍ୟାହତ ରହିବା ଉଦ୍ଘାଟକ ଭାବେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସରୋଜ କୁମାର ସାମଲ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କହିଲେ ଯେ ସାହିତ୍ୟକୁ ନିଷ୍ଠା ଓ ସାଧନାର ସହିତ ସମ୍ପାଦନ କରିବା ଦରକାର | ଯାଜପୁର ମାଟିରୁ ଗୋଟିଏସାହିତ୍ୟଅନୁଷ୍ଠାନଆଜି ଭୁବନେଶ୍ୱରରେ ବିଭିନ୍ନଅନୁଷ୍ଠାନକୁ ସେମାନଙ୍କ କାର୍ଯ୍ୟଧାରା ପାଇଁଉତ୍କର୍ଷ ସମ୍ମାନ ପ୍ରଦାନକରିବାକମ ବଡ ଗୌରବର କଥା ନୁହୋଁ ସାହିତ୍ୟକୁ ଗଭୀର ଭାବେ ଭଲ ପାଇବା ଜଣେ ସଚ୍ଚା ସାହିତ୍ୟିକର ପରିଚୟା ସାହିତ୍ୟଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରିଅନୁଷ୍ଠାନଓଡିଆସାହିତ୍ୟର ଜୟଯାତ୍ରାକୁ ତୀବ୍ର କରିଛି ବୋଲି ସେ ମତବ୍ୟକ୍ତକରିଥିଲୋ
ମୁଖ୍ୟବକ୍ତା ଭାବେ ପ୍ରଫେସର.ପ୍ରେମାନନ୍ଦ ମହାପାତ୍ର କହିଲେ ଯେ ସାହିତ୍ୟ ସମସ୍ତଙ୍କୁ ଭାବରସରେ ବାନ୍ଧିଥାଏା କେଉଁ ଆବହମାନ ଯୁଗରୁ ଯୁଗସ୍ରଷ୍ଟାମାନେ ଏହାର ପ୍ରମାଣ ଦେଇଛନ୍ତିା ସାହିତ୍ୟର ପତନ ଘଟିଲେ ସମାଜ ବିପଥଗାମୀ ହେଇଯାଏା ଏଣୁ ସ୍ରଷ୍ଟାମାନେ ସ୍ୱଚ୍ଛ ସାହିତ୍ୟ ଓ ଚିରସ୍ଥାୟୀ ଅନୁଷ୍ଠାନଗଢିବାରେ ଯତ୍ନବାନ ହେବା ଦରକାରା ବରେଣ୍ୟ ଅତିଥି ଶ୍ରୀଯୁକ୍ତ ଶଶଧର ପଣ୍ଡା “ଆମ ସାହିତ୍ୟ ପରିବାର’ର ଅଭିନବ ପ୍ରୟାସ, ରାଜ୍ୟସ୍ତରୀୟ ସମାବେଶ ସର୍ବୋପରି ସାହିତ୍ୟ ଅନୁଷ୍ଠାନମାନଙ୍କୁ ଉତ୍କର୍ଷ ସମ୍ମାନ ପ୍ରଦାନର ପରମ୍ପରାକୁ ଭୂୟସୀ ପ୍ରଶଂସା କରିଥିଲୋ
ଅନୁଷ୍ଠାନର ଉପଦେଷ୍ଟା ପଣ୍ଡିତ ଅକ୍ଷୟ କୁମାର ଦାସଏବଂସଭାପତି ଡଃ ଅଲେଖ ମହାରଣା ଅନୁଷ୍ଠାନର କାର୍ଯ୍ୟଧାରା ଉପରେଆଲୋକପାତକରିଥିଲୋ ଇତ୍ୟବସରରେଅତିଥିମାନେଅନୁଷ୍ଠାନର ୫ମ ବାର୍ଷିକ ମୁଖପତ୍ର “ଉଦ୍ଭବ’ର ଲୋକାର୍ପଣ କରିଥିଲୋ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସରୋଜକୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା ବେଳେ ଉପସ୍ଥାପିକା ଭାବେ ଅନୁଷ୍ଠାନ ସହ ଯୋଡି ହୋଇଥିବା ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ମଞ୍ଚ ପରିଚାଳନା ଅତିଥି ତଥା ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲାା
ରାଜ୍ୟରେ ପ୍ରଥମ କରି “ଆମସାହିତ୍ୟ ପରିବାର’ ସାହିତ୍ୟର ପ୍ରଚାରପ୍ରସାର ଦିଗରେ କାର୍ଯ୍ୟରତ ଯୋଗ୍ୟ ଅନୁଷ୍ଠାନମାନଙ୍କୁ”ଆମ ସାହିତ୍ୟ ପରିବାର’ ଉତ୍କର୍ଷ ସମ୍ମାନ କରିଆସୁଛିା ଏହିକ୍ରମରେ ଆଜି ଅନୁଷ୍ଠାନ ତରଫରୁ ଓଡିଶାର ଶ୍ରେଷ୍ଠ ୭ ଗୋଟି ସଙ୍ଗଠନକୁ ସେମାନଙ୍କର ଉଲ୍ଳେଖନୀୟ ଅବଦାନ ପାଇଁ ଉତ୍କର୍ଷ ସମ୍ମାନ ପ୍ରଦାନ କରାଯାଇଛିା ସେମାନେ ହେଲେ ଭୁବନେଶ୍ୱର ସାହିତ୍ୟସମାଜ, ଭୁବନେଶ୍ୱର, ସୁକିନ୍ଦା ସାହିତ୍ୟ ସମାଜ, ଯାଜପୁର, ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ, କେନ୍ଦ୍ରାପଡା, ରଶ୍ମିପ୍ରଭା, ରାଉରକେଲା, ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ, କଟକ, ଅଭିମନ୍ୟୁସାମନ୍ତସିଂହାରସାହିତ୍ୟ ସୃଜନୀ, ଯାଜପୁର ଓ ଜଗତସିଂହପୁରସାହିତ୍ୟ ପରିଷଦାଏତଦଭିନ୍ନଓଡିଶାର ଲବ୍ଧ ପ୍ରତିଷ୍ଠିତ ୧୭ ଜଣ ସାହିତି୍ୟକଙ୍କୁ ମୁଖ୍ୟଅତିଥି ମହୋଦୟ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲୋ ଉତ୍ସବରେ ଦୁଇଜଣ ଲବ୍ଧପ୍ରତିଷ୍ଠିତ ଲେଖକ ଶ୍ରୀମତୀ ଜୟନ୍ତି ଜେନା ଏବଂ ଡଃ ସୁରେନ୍ଦ୍ର ମହାନ୍ତିଙ୍କ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ପାଠକାର୍ପଣ କରାଯାଇଥିଲାା କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ସନ୍ଧ୍ୟା ଘଡେଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡଃ. ପ୍ରଜ୍ଞା ପ୍ରବର୍ତ୍ତିକା ଦାସଅତିଥି ପରିଚୟ ପ୍ରଦାନକରିଥିଲୋ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ମହେଶ୍ୱର ନାୟକ ଧନ୍ୟବାଦ ଅର୍ପଣ କରିଥିଲୋ
କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ଅନୁଷ୍ଠିତ କବିତା ଆସରରେ ୨୦୦ରୁ ଉର୍ଦ୍ଧ୍ବ କବି କବୟିତ୍ରୀ ସେମାନଙ୍କର ସ୍ୱରଚିତ କବିତା ଆବୃତ୍ତି କରିଥିଲୋଏହି ସାରସ୍ୱତ ମହୋତ୍ସବରେ ବିଭିନ୍ନ ଜିଲ୍ଲାରୁ ୩୦୦ ରୁ ଅଧିକ କବି ଓ କବୟିତ୍ରୀଙ୍କ ଏବଂ ସାହିତ୍ୟ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ସମାଗମ ହୋଇଥିବା ବେଳେ “ଆମସାହିତ୍ୟ ପରିବାର’ର ପ୍ରସନ୍ନ ପରିଜା, ଜୟନ୍ତି ଜେନା, ମଧୁସ୍ମିତା ନାୟକ, ମଞ୍ଜୁଲତା ନାୟକ, ଅନିନ୍ଦିତା ଦାସ, ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥିଲୋ

Leave A Reply

Your email address will not be published.