ପ୍ରଚାରକୁ ଯାଇ ବିଧାୟିକା ଅପଦସ୍ତ : ଲୋକଙ୍କ ପ୍ରଶ୍ନବାଣରେ ହେଲେ ଘାଇଲା

4

ଖଲ୍ଲିକୋଟ (ଶାସକ ପ୍ରଶାସକ/ ଶିବରାମ ଜେନା: ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ ରେ ବିଜେଡି ଦଳର ପ୍ରଚାରକୁ ନେଇ ଗ୍ରାମ ବାସୀ ଙ୍କ ମନରେ ଉତ୍ତେଜନା ସୃଷ୍ଟି ହୋଇଛି ।ପ୍ରଚାରକୁ ଯାଇ ବିଧାୟିକା ଲୋକଙ୍କ ପ୍ରଶ୍ନବାଣରେ ଘାଇଲା
ଖବର ନେବାରୁ ଜଣାପଡିଛି ଯେ , ସୂର୍ଯ୍ୟ ମଣି ଵୈଦ୍ୟ ଗତ ତା ୧୦-୫-୨୪ରିଖରେ ନିଜର କର୍ମୀ ତଥା ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ନେଇ ଭୋଟ ଭିକ୍ଷା ମାଗିବାକୁ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତକୁ ଯାଇଥିଲେ। କିନ୍ତୁ ପ୍ରଚାର ସମୟରେ କଞ୍ଚଣା ଗ୍ରାମବାସୀଙ୍କ ଦ୍ବାରା ବିଧାୟିକା ଅପମାନିତ ହୋଇଥିଲେ । ସେଠାରେ ଗ୍ରାମ ବାସୀ ଗାଁ ଭିତରକୁ ପ୍ରଚାର ପାଇଁ ସୁଯୋଗ ଦେଇନଥିଲେ। ଦଳୀୟ କର୍ମୀ ଏବଂ କଞ୍ଚଣା ବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା
ସୂର୍ଯ୍ୟ ମଣି ଵୈଦ୍ୟ ଙ୍କୁ କଞ୍ଚଣା ଗ୍ରାମବାସୀ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥିଲେ ବୋଲି ଜଣାପଡିଛି । ତୁମେ ତୁମରି ୫ ବର୍ଷ ବିଧାୟିକା ଥିବା ସମୟରେ କ’ଣ କରିଛ ? ତୁମେ ତୁମର ଦେଇଥିବା ପ୍ରତିଶୃତି ପାଳନ କରିଛ କି ? ଆମ ଗାଁ କୁ କେତେ ଥର ଆସିଛ ? ଏବେ କୁଆଡେ଼ ଆସିଛ ? ପରିସ୍ଥିତି ଏପରି ହେଲା ଯେ ଶେଷରେ ବିଜେଡି ଦଳର ନେତା ଓ କର୍ମୀ ମାନେ ପ୍ରଚାର ରୁ ଓହରି ସେଠାରୁ ଫେରି ଥିବା ଯାଇଥିଲେ ।

Leave A Reply

Your email address will not be published.