ବାସୁଦେବପୁର -ଭଦ୍ରକ ଜିଲ୍ଲା ର ବାସୁଦେବପୁର ବ୍ଳକ ଅନ୍ତର୍ଗତ ଆର୍ତ୍ତୁଙ୍ଗ ଗ୍ରାମର ଗ୍ରାମ ଦେବୀ ମା ମଙ୍ଗଳାଙ୍କ ପୀଠରେ ତ୍ରିଦିବସୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି। ଅକ୍ଷୟ ତୃତୀୟା ରୁ ଆରମ୍ଭ ହୋଇ ଥିବା ଅଧିବାସ ଆଜି ଦ୍ୱିତୀୟ ଦିବସ ରେ କଳସ ଶୋଭା ଯାତ୍ରା ମହାଆଡମ୍ବରରେ ପାଳିତ ହୋଇଯାଇଛି ।ବାଣ ଓ ରୁଷଣୀ ରେ ପରିବେଶ ପ୍ରକମ୍ପିତ ହେଉଛି।ଶତାଧିକ ଶ୍ରଦ୍ଧାଳୁ କଳସ ଶୋଭା ଯାତ୍ରାରେ ସାମିଲି ହୋଇ ମା’ଙ୍କ ର କୃପା ଲାଭ କରିଛନ୍ତି। ସୂର୍ଯ୍ୟ ପୂଜା ଠାରୁ ଆରମ୍ଭ କରି, ଭୂଦେବୀ ପୂଜା,ମାତୃପିତୃ ପୂଜା ସହ ସମସ୍ତ ପୂଜା ରୀତିନୀତି ଅନୁସାରେ ଚାଲୂରହିଛି। ପ୍ରତ୍ୟେକ ଦିନ ସଂଧ୍ୟା ରେ ଭଜନ କୀର୍ତ୍ତନ ଚାଲୁଅଛି ଓ ପ୍ରସାଦ ସେବନର ଆୟୋଜନ କରାଯାଇଛି। ଆଖପାଖ ଗ୍ରାମ ରୁ ବହୁ ଭକ୍ତ ଉପସ୍ଥିତ ଥିବା ର ପରିଲକ୍ଷିତ ହେଉଛି। ସମାଜ ସେବୀ ଶ୍ରୀ ଯୁକ୍ତ ସୀତା କାନ୍ତ ରାଉତଙ୍କ ନେତୃତ୍ବରେ ସମସ୍ତ କାର୍ଯ୍ୟକ୍ରମ କାରାଯାଉଛି। ଆଦ୍ୟ ଶକ୍ତି ଜଗତ୍ ଜନନୀ ଯୋଗମାୟା ପରମବୈଷ୍ଣବୀ ମା କଟିମଙ୍ଗଳା ଙ୍କ ପୀଠରେ ଚଣ୍ଡୀ ପାଠ ଓ ବିଶ୍ଵଶାନ୍ତି ମହାଯଜ୍ଞ ଦେଖିବା ପାଇଁ ଭକ୍ତଙ୍କ ବହୁ ସମାବେଶ ଦେଖିବାକୁ ମିଳୁଛି। ମୁଖ୍ୟ ପୂରୋହିତ ଶ୍ରୀ ବିଜୟ କିସାନ ସନ୍ଧିବିଗ୍ରହଙ୍କ ନେତୃତ୍ବରେ ଚାରିଜଣ ପଣ୍ଡିତ ମାନଙ୍କ ଦ୍ଵାରା ପୂଜା ପାଠ ଚାଲୁଅଛି। ଆସନ୍ତା କାଲି ଅର୍ଥାତ୍ ତା-୧୨.୦୫.୨୦୨୪ ରିଖ ପୂର୍ଣ୍ଣାହୁତି ଦିଆଯିବ। ମନ୍ଦିର କମିଟିର ସମସ୍ତ ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଉଛନ୍ତି।
Sign in
Sign in
Recover your password.
A password will be e-mailed to you.