ପି ସି ସି ପଦବୀ ଛାଡ଼ିଲେ ଦେବୀ ବିଷୋୟୀ

5

“ବିଧାୟକ ପ୍ରାର୍ଥୀ ପଇସା ଦେଇ ଟିକଟ ଆଣିଛନ୍ତି”

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ତଥା ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବୀ ବିଷୋୟୀ ଦଳର ବିଭିନ୍ନ ପଦ ପଦବୀରୁ ଆଜି ମେ ମାସ ୧୦ ତାରିଖ ୨୦୨୪ ଶୁକ୍ରବାର ପବିତ୍ର ଅକ୍ଷୟ ତୃତୀୟା ଦିନ ଇସ୍ତଫା ଦେଇଛନ୍ତି ବୋଲି ସର୍ବ ସମ୍ମୁଖରେ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

ଏହାସହିତ ସେ ପ୍ରକାଶ କରିଛନ୍ତି ସେ ଏଣିକି ଦଳର ଜଣେ ସାଧାରଣ କର୍ମୀ ଭାବେ ରହିବେ ଓ ଚଳିତ ନିର୍ବାଚନ ୨୦୨୪ ରେ ଦଳୀୟ ପ୍ରଚାର ଠାରୁ ମଧ୍ୟ ଦୁରେଇ ରହିବେ । ନିର୍ବାଚନ ପରେ ରାହୁଲ ଗାନ୍ଧୀ ଙ୍କୁ ଭେଟି ରାଜ୍ୟ କଂଗ୍ରେସ ସଭାପତିଙ୍କ ଦଳ ବିରୋଧି କାର୍ଯ୍ୟ ସଂପର୍କରେ କହିବେ। ଏହାପରେ ଆଗାମୀ ରଣନୀତି ଉପରେ ନିଷ୍ପତି ନେବି ବୋଲି ଦେବୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥିସହ ଦେବୀ କହିଥିଲେ “ସମଗ୍ର ଦେଶରେ ଇଣ୍ଡିଆ ମେଣ୍ଟ ସପକ୍ଷରେ ହାୱା ବହୁଛି। ତେଣୁ କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ଅସିବ। କିନ୍ତୁ ରାଜ୍ୟର କିଛି ନେତା ବିରୋଧି ଦଳର ନେତା ମାନଙ୍କ ପାଖରେ ବିକ୍ରି ହୋଇଯିବା ଯୋଗୁଁ ଦଳ ଏଠି କ୍ଷତି ସହିବ ବୋଲି ଶ୍ରୀ ବିଷୋୟୀ କହିଥିଲେ। ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଏକତା କଂଗ୍ରେସ ର ଦୁର୍ଗ ବା ଗଡ଼ ଥିଲା । କିନ୍ତୁ ଦଣ୍ଡପାଣି ପାତ୍ର ଙ୍କ କଂଗ୍ରେସ ରୁ ବାହାରି ବିଜେପି ରେ ଯୋଗଦାନ ଠାରୁ କଂଗ୍ରେସ ବିପର୍ଯୟ ଆରମ୍ଭ ହେଲା । |” ବିଧାୟକ ପ୍ରାର୍ଥୀ ପଇସା ଦେଇ ଟିକଟ ଆଣିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ବିଷୋୟୀ |

ଏଥିରୁ ସ୍ପଷ୍ଟ ହୋଇଛି ଯେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ରେ ଗୋଷ୍ଠୀକନ୍ଦଳ ଦେଖା ଯାଇଛି ଯାହା ଫଳରେ ବିପକ୍ଷ ଦଳ ଗୁଡିକୁ ଏହାର ଫାଇଦା ମିଳିବ ବୋଲି ଜଣା ପଡ଼ିଛି। ଶ୍ରୀଯୁକ୍ତ ବିଷୋୟୀ ଆହୁରି ପ୍ରକାଶ କରିଛନ୍ତି ଯେ ,ସେ କୌଣସି ଦଳକୁ ଯିବେ ନାହିଁ କଂଗ୍ରେସ୍ ର ଜଣେ ସାଧାରଣ କର୍ମୀ ଭାବେ ରହିବେ।

Leave A Reply

Your email address will not be published.