ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା -୨୦୨୪ ପାଳନ

5

ଜଗତସିଂହପୁର ତା:-୧୦.୦୫.୨୦୨୪/ସୁମନ୍ତ କୁମାର ଦାସ: ନିମକଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୭.୩୦ ସକାଳ ସମୟରେ ଭୂମିପୂଜନ, ଅର୍ଣ୍ଣପୂର୍ଣ୍ଣା ମା ଭୂମିଲକ୍ଷ୍ମୀଙ୍କୁ ଆବାହନ ଏବଂ ୮.୩୦ରେ ଅକ୍ଷିମୁଠି ଅନୁକୂଳ କରାଗଲା। କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ,କୃଷି ବିଭାଗର ସମସ୍ତ ବ୍ଲକ କୃଷି ଅଧିକାରୀ ,ସହକାରୀ କୃଷି ଅଧିକାରୀ ,ଗ୍ରାମ୍ୟ କୃଷି କର୍ମଚାରୀ ଯୋଗ ଦେଇଥିଲେ। ସମସ୍ତ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କୁ ନେଇ ସାଧାରଣ ସଭା କରାଯାଇଥିଲା। ବୈଠକ ଆରମ୍ଭରେ କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ଡଃ ଜୀବନଜିତ୍ ସେନ୍ ପବିତ୍ର ଅକ୍ଷୟ ତୃତୀୟାର ବୈଶିଷ୍ଟ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ପ୍ରଗତି ନାମରେ ପ୍ରକୃତି କୁ ନଷ୍ଟ ନକରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଳା ମୂଖ୍ୟ କୃଷି ଅଧିକାରୀ ଶ୍ରୀ ସଂଜୀବ କୁମାର ମୁଦାଲି ଠିକ୍ ସମୟରେ ଚାଷିଙ୍କୁ କିପରି ଉନ୍ନତ ମାନର ବିହନ ଯୋଗାଇ ଦିଆଯିବ, ତା ଉପରେ ଗୁରୁତ୍ଵରୋପ କରିଥିଲେ। କୃଷି ରସାୟନବିତ୍ ଶ୍ରୀ ସମଲେଇ ପରିଡା ମୂର୍ତ୍ତିକା ନମୁନା ସଂଗ୍ରହ ପାଇଁ ଆପ୍ ର ପ୍ରଚଳନ ଉପରେ ବକ୍ତବ୍ୟ ରଖିଥିଲେ। କୃଷି ଜିଲ୍ଲା ଅଧିକାରୀ ଶ୍ରୀ ପୂର୍ଣ୍ଣେନେନ୍ଦୁ ଶେଖର ଆଚାର୍ଯ୍ଯ ଜୈବିକ ଚାଷ ଉପରେ ଗୁରୁତ୍ଵରୋପ କରିଥିଲେ। ଇଂ ଶ୍ରୀ ସନ୍ତୋଷ କୁମାର ନାୟକ ଜଳସେଚନ ଆପ୍ ଉପରେ ବକ୍ତବ୍ୟ ରଖିଥିଲେ।ସହକାରୀ ନିର୍ଦ୍ଦେଶକ (ଉଦ୍ୟାନ କୃଷି) ଶ୍ରୀ ଅନିଲ୍ କୁମାର ସେଠୀ ଉଦ୍ୟାନ ବିଭାଗର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ସର୍ବଶେଷରେ ଶ୍ରୀ ପ୍ରଭାସଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା।

Leave A Reply

Your email address will not be published.