ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୦୫/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ କୃଷି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଦିବସ ଓ କୃଷକ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଜି. ଭେଙ୍କଟ ରେଡ୍ଡୀ ଯୋଗ ଦେଇ ପାରମ୍ପାରିକ ପଦ୍ଧତିରେ ଧୋତି ପରିଧାନ କରି ଚାଷ ଜମିରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଚାଷ ଜମିରେ ଲଙ୍ଗଳ ଧରି ହଳ କରିବା ସହ ବିହନ ଧାନ ବୁଣି ଅକ୍ଷି ମୁଠି ଅନୁକୂଳ କରିଥିଲେ। ଏହି ଅବସରରେ ଜିଲ୍ଲାର ସମସ୍ତ ଚାଷୀ ଙ୍କୁ ଚଳିତ ବର୍ଷ ଭଲ ଫସଲ ଅମଳ ନେଇ ଶୁଭେଚ୍ଛା ବାର୍ତ୍ତା ଦେବା ସହ ଅଭିନନ୍ଦନ ଜଣାଇଥିଲେ।ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ଆଗାମୀ ୧୩ ତାରିଖରେ ନବରଙ୍ଗପୁର ଜିଲ୍ଲା ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଦିବସ ନିରାଡାମ୍ବର ଭାବରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରଧର ମିଶ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର ରାଧେଶ୍ୟାମ ନାୟକ, ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ବଜ୍ଞାନୀକ ଶଶାଙ୍କ ଲେଙ୍କା, ଆର ଆର ଟି ଟି ଏସ ବଜ୍ଞାନିକ ଡକ୍ଟର ବିମନ ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସୁନିଲ ପ୍ରଧାନ, ଜିଲ୍ଲା ସହକାରୀ କୃଷି ଉଦ୍ୟାନ ନିର୍ଦ୍ଦେଶକ ସୁବେନ୍ଧୁ ବିଶ୍ୱାସ, ଉମରକୋଟ କୃଷି ଜିଲ୍ଲା ଅଧିକାରୀ ଡକ୍ଟର ଅଜୟ କୁମାର କର, ପାପଡାହାଣ୍ଡି କୃଷି ଜିଲ୍ଲା ଅଧିକାରୀ ଦୁର୍ଯ୍ୟୋଧନ ଜାନି, ଡାବୁଗାଁ ବ୍ଲକ ମୃତ୍ତିକା ସଂରକ୍ଷଣ ରେଞ୍ଜର ଗୌତମ ସେଠି, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ୱାସ, ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା ସହ କୃଷି, ପ୍ରାଣୀ, ଉଦ୍ୟାନ , ମୃତ୍ତିକା ଓ ମତ୍ସ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post