ନାମାଙ୍କନ ଭରିଲେ ଜଗତସିଂହପୁର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି

5

ଜଗତସିଂହପୁର,ତା-୧୦.୦୫.୨୦୨୪/ସୁମନ୍ତ କୁମାର ଦାସ: ଆଜି ନିଜର ନାମାଙ୍କନ ପତ୍ର ଦାଖଲ କଲେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି। ସକାଳ ୬ ଟାରେ ପ୍ରଥମେ ନିଜ ଜନ୍ମଦାତ୍ରୀ ମାଆଙ୍କର ପାଦଧୂଳି ମଥାରେ ମାରି ଘରୁ ବାହାରି ଥିଲେ ପ୍ରଶାନ୍ତ। ପରେ ସିଧାସଳଖ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠକୁ ଯାଇ ମାଙ୍କର ଆଶୀର୍ବାଦ ନେବା ସହ ଆଜ୍ଞାମାଳ ନେଇ ନାମାଙ୍କନ ପତ୍ର ଦାଖଲ କରିବାକୁ ବାହାରିଥିଲେ। ନିଜ ନିର୍ବାଚନ ମଣ୍ଡଳୀର ବାଲି ଭଉଁରୀ ଛକ ଠାରୁ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ସହ ଏକ ସୁଷଜ୍ଜିତ ଖୋଲା ଜିପରେ ପାଖାପାଖି ୧୦ କିଲୋମିଟର ବାଟ ଏକ ବିଶାଳ ୧୫ ହଜାରରୁ ଉର୍ଦ୍ଧ୍ବ ମଟର ସାଇକେଲ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ ଏବଂ ସେଠାରେ ସମର୍ଥକ ମାନଙ୍କ ସହ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ।

Leave A Reply

Your email address will not be published.