ନିର୍ବାଚନ ପ୍ରଚାର ପାଇଁ କୌଣସି ରାଜନୈତିକ ଦଳକୁ ପୂରେଇଦେବେନି କାହ୍ନୁଗୁଡା ଗ୍ରାମବାସି

3

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଏହି ସାଧାରଣ ନିର୍ବାଚନ ରେ କୌଣସି ରାଜନୈତିକ ଦଳ କୁ ନିର୍ବାଚନ ପ୍ରଚାର ପାଇଁ ଗାଁ କୁ ପଶେଇ ଦେବୁନି ବୋଲି ଗାଁ ମୁଣ୍ଡରେ ବଡବଡ ହୋଡିଙ୍ଗ ମାରି ଏପରି ପ୍ରତିବାଦ କରିଛନ୍ତ ରାୟଗଡ ଜିଲ୍ଲା କାଶିପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାନ୍ହୁଗୁଡା ଗ୍ରାମବସି ।ପୂର୍ବରୁ ଏହି ଗାଁରେ ବିଭିନ୍ନ ସମସ୍ୟା ନେଇ ବ୍ଲକ ପ୍ରଶାସନ ,ଜିଲ୍ଲା ପ୍ରଶାସନ ଏପରିକି ରାଷ୍ଟ୍ରପତି ପର୍ଯ୍ୟନ୍ତ  ଲିଖିତ ଭାବରେ ଜଣାଇଥିଲେ।କିନ୍ତୁ କିଛି ସଫଳ ମିଳିନଥିଲା।କିଛିଦିନ ପୂର୍ବରୁ ଗ୍ରାମର ସମସ୍ତ ମହିଳା ,ପୁରୁଷ, ବୃଦ୍ଧ ବୃଦ୍ଧା ,ପିଲା ଛୁଆଙ୍କୁ ଧରି କାହ୍ନୁଗୁଡା ଗ୍ରାମଠାରୁ ପଦଯାତ୍ରାରେ ୧୫କିମି ଯାଇ କାଶିପୁର ବ୍ଲକ ସମୁଖରେ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ।ନିଜ ମୌଳିକ ସମସ୍ୟା ପାଇ ୨ଦିନ ଖୋଲା ଆକାଶ ତଳେ ପଡିରହିଥିଲେ। କୌଣସି ରାଜନୈତିକ ଦଳ ସେମାନଙ୍କ ପାଖକୁ ଯାଇ ନ ଥିଲେ।ହେଲେ ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ଗାଁକୁ ପୋଲ କାମ ଆରମ୍ଭ ହେବା ସହ ଗ୍ରାମରେ ୨ଟି ନଳକୂପ ଖନନ କରିଛନ୍ତି।ଗ୍ରାମବାସୀ ମାନେ ଏକ ବୈଠକ କରି ନିଷ୍ପତି ନେଇଛନ୍ତି ନିଜର ମତଦାନ ପାଇଁ ଭୋଟଦେବୁ | କିନ୍ତୁ ଗ୍ରାମକୁ କୌଣସି ରାଜନୈତିକ ଦଳକୁ ପଶେଇ ଦେବୁନି ବୋଲି ପ୍ରକାଶ କରିଛନ୍ତି ।୨ଦିନ ପୂର୍ବ ରୁ କାଶୀ ପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ଡ ଅମୃତ ରାଉଳ ଗ୍ରାମରେ ପହଞ୍ଚି ଗ୍ରାମବାସୀ ସହ ଆଲୋଚନା କରିଥିଲେ।

Leave A Reply

Your email address will not be published.